କର୍ଣ୍ଣାଟକ ପ୍ରଭାବ: ଗୋଆ, ମଣିପୁର, ମିଜୋରାମ ଓ ବିହାରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖେ ଦାବି କଲେ କଂଗ୍ରେସ ଓ ଆର୍ଜେଡି
କର୍ଣ୍ଣାଟକ ବିଧାନସଭାରେ ପ୍ରୋଟେମ୍ ବାଚସ୍ପତି ରୂପେ ବରିଷ୍ଠ ବିଜେପି ବିଧାୟକ କେଜି ବୋପାୟାଙ୍କୁ ମନୋନୀତ କଲେ ରାଜ୍ୟପାଳ
ନୂଆଦିଲ୍ଲୀ: ନିର୍ବାଚନ ପରେ ସରକାର ଗଠନ ପାଇଁ ନିରଙ୍କୁଶ ସଂଖ୍ୟା ପାଇ ନଥିବା ଏବଂ ଆବଶ୍ୟକ ସଂଖ୍ୟକ ନିର୍ବାଚିତ ବିଧାୟକ ନଥାଇ ସୁଦ୍ଧା କେବଳ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ଦର୍ଶାଇ କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଯେମିତି ସୁଯୋଗ ପ୍ରଦାନ କଲେ, ଆମ ପାଇଁ ମଧ୍ୟ ସେଇ ଫର୍ମୁଲା ଓ ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି ଦାବି କରିଛି କଂଗ୍ରେସ। ନିକଟ ଅତୀତରେ ହୋଇଥିବା ଗୋଆ, ମଣିପୁର ଓ ମେଘାଳୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ସୁଦ୍ଧା ସେ ସମସ୍ତ ରାଜ୍ୟର ରାଜ୍ୟପାଳମାନେ କଂଗ୍ରେସକୁ ସରକାର ଗଠନ ପାଇଁ ସୁଯୋଗ ଦେଇ ନଥିଲେ। ଏବେ କର୍ଣ୍ଣାଟକର ଦୃଷ୍ଟାନ୍ତ ଦେଇ ଏହି ସମସ୍ତ ରାଜ୍ୟର କଂଗ୍ରେସ ନେତାମାନେ ରାଜ୍ୟପାଳଙ୍କୁ ଭେଟିବା ସହ ସରକାର ଗଠନ ଲାଗି ରାଜ୍ୟପାଳମାନଙ୍କୁ ପତ୍ର ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଳେଖଯୋଗ୍ୟ, ଗୋଆ, ମଣିପୁର ଓ ମେଘାଳୟରେ କଂଗ୍ରେସକୁ ସର୍ବାଧିକ ଆସନ ମିଳିଥିବା ବେଳେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ଉଭା ହୋଇଥିଲା। ଗୋଆରେ ୪୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ସର୍ବାଧିକ ୧୯ଟି ଆସନ ପାଇଥିବା ସତ୍ତ୍ୱେ ରାଜ୍ୟପାଳ ବିଜେପି ସମର୍ଥିତ ମେଣ୍ଟ ଦଳଙ୍କୁ ସରକାର ଗଢିବା ପାଇଁ ସୁଯୋଗ ଦେଇଥିଲେ। ସେହିଭଳି ମଣିପୁରରେ ୬୦ରୁ ୨୮ ଏବଂ ମେଘାଳୟରେ ୫୯ରୁ ୨୦ ଆସନ ପାଇ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ଉଭା ହୋଇଥିଲା ମଧ୍ୟ ଏହି ଦୁଇ ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସକୁ ସୁଯୋଗ ମିଳି ନଥିଲା।
If we are given a chance, we can easily clear the floor test. We have a total of 111 MLAs and some unhappy JD(U) MLAs are in contact with us. We don’t have MLAs in our party or alliance who will take u-turn like Nitish Kumar: Tejashwi Yadav, RJD pic.twitter.com/0kihMawxz8
— ANI (@ANI) May 18, 2018
ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ୨୦୧୫ରେ ହୋଇଥିବା ବିହାର ନିର୍ବାଚନରେ ମଧ୍ୟ ଲାଲୁ ଯାଦବଙ୍କ ନେତୃତ୍ୱାଧୀନ ଆରେଜେଡି ସର୍ବାଧିକ ୮୦ଟି ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ହାସଲ କରିଥିଲେ ମଧ୍ୟ ତାଙ୍କୁ ବି ସରକାର ଗଠନ ପାଇଁ ସୁଯୋଗ ମିଳି ନଥିଲା। ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ନିୟମ ରାଜ୍ୟ ଅନୁସାରେ କିଭଳି ଭାବେ ବଦଳିପାରୁଛି ବୋଲି ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରଶ୍ନ କରିଛନ୍ତି।
ତେଣୁ କର୍ଣ୍ଣାଟକ ରଜ୍ୟପାଳଙ୍କ ନିଷ୍ପତ୍ତିକୁ ଦୃଷ୍ଟାନ୍ତ ରୂପେ ନେଇ ଗୋଆ, ମଣିପୁର ଓ ମେଘାଳୟର ରାଜ୍ୟପାଳମାନେ କଂଗ୍ରେସକୁ ସରକାର ଗଠନ ପାଇଁ ସୁଯୋଗ ଦେବାକୁ କଂଗ୍ରେସ ନେତାମାନେ ଦାବି କରିଥିବା ବେଳେ ବିହାରରେ ସରକାର ଗଠନ ପାଇଁ ଆରଜେଡିକୁ ସୁଯୋଗ ଦେବାକୁ ତେଜସ୍ୱୀ ଯାଦବ ରାଜ୍ୟପାଳଙ୍କୁ ଭେଟି ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ଶାସନ କ୍ଷମତା ଦଖଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ଖେଳିଥିବା ଚାଲ୍ ଏବେ ସେମାନଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି ବୋଲି ମତ ଦେଇଛନ୍ତି ଦେଶର ରାଜନୈତିକ ପର୍ଯ୍ୟବେକ୍ଷକ।
କର୍ଣ୍ଣାଟକ ବିଧାନସଭାରେ ପ୍ରୋଟେମ୍ ବାଚସ୍ପତି ରୂପେ ବରିଷ୍ଠ ବିଜେପି ବିଧାୟକ କେଜି ବୋପାୟାଙ୍କୁ ମନୋନୀତ କଲେ ରାଜ୍ୟପାଳ
Karnataka Governor appoints BJP MLA KG Bopaiah as pro-tem speaker ahead of floor test tomorrow. #KarnatakaElectionResults2018 pic.twitter.com/k13EFLKGmy
— ANI (@ANI) May 18, 2018
କର୍ଣ୍ଣାଟକରେ ସରକାର ଗଠନ ପରେ ବିଜେପି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପାଙ୍କୁ ବିଧାନସଭାରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସୁଯୋଗ ଦେଇଥିବା ବେଳେ ସୁପ୍ରିମ୍ କୋର୍ଟ ଆଜି ଏହାକୁ ଖାରଜ କରି ଆସନ୍ତାକାଲି (ଶନିବାର) ଅପରାହ୍ନ ୪ଟାରେ ବିଧାନସଭାରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଶନିବାର ବିଧାନସଭାରେ ଯେଉଁ ବୈଠକ ବସିବ ସେଥିରେ ପ୍ରୋଟେମ୍ ବାଚସ୍ପତି ରୂପେ ବରିଷ୍ଠ ବିଜେପି ବିଧାୟକ କେଜି ବୋପାୟାଙ୍କୁ ରାଜ୍ୟପାଳ ମନୋନୀତ କରିଛନ୍ତି।