ଏହିସବୁ ସିନେମାପାଇଁ ଦୁଃଖ କରନ୍ତି ଅମିତାଭ ବଚ୍ଚନ!

ମୁମ୍ବାଇ:  ବିଗ୍‌ ବି ଅମିତାଭ ବଚ୍ଚନ ବହୁ ସିନେମାରେ କାମ କରିଛନ୍ତି,ହେଲେ ତାଙ୍କର କେତୋଟି ସିନେମା ରିଲିଜ୍ ହୋଇ ନଥିବାରୁ ସେ ଦୁଃଖ କରନ୍ତି । ଆସନ୍ତୁ ଜାଣିବା ସେହିସବୁ ସିନେମା ସଂପର୍କରେ …

ଶିବା(୧୯୭୦): ଲଷ୍ଟ୍‍ ଆଣ୍ଡ୍‌ ଫାଉଣ୍ଡ ପ୍ରସଙ୍ଗ ଉପରେ ଆଧାରିତ ଏକ ଫିଲ୍ମ ହେଲା ‘ ଶିବା’, ଯାହା ୧୯୭୦ରେ ନିର୍ମିତ ହେଉଥିଲା । ଏଥିରେ ଅମିତାଭ ବଚ୍ଚନ ବଡ଼ ଭାଇର ଭୂମିକା କରିଥିଲେ । ହେଲେ ସେହି ସିନେମା ରିଲିଜ୍‌ ହୋଇପାରିଲା ନାହିଁ ।

ୟାର୍‌ ମେରି ଜିନ୍ଦେଗୀ(୧୯୭୧): ୧୯୭୧ରେ ‘ ୟାର୍‌ ମେରି ଜିନ୍ଦେଗୀ’ ଟାଇଟଲ୍‌ରେ ଏକ ଫିଲ୍ମର ନିର୍ମାଣ ଆରମ୍ଭ ହୋଇଥିଲା ,ହେଲେ ଏହି ଫିଲ୍ମଟି କେବେ ରିଲିଜ୍‌ ହୋଇପାରିନଥିଲା ।

photo–one india

ଅପ୍‌ନା ସପ୍‌ନା( ୧୯୭୨): ଅମିତାଭ ବଚ୍ଚନ ଓ ରେଖା ଷ୍ଟାର୍‌ର ଏକ ମୁଭି ଥିଲା ‘ ଅପନା ସପ୍‌ନା’ । ଏହାର କିଛି ଅଂଶ ସୁଟିଂ ବି ସରିଥିଲା । ହେଲେ ପରେ ଏହାପରେ ବନ୍ଦ ହୋଇଗଲା । ଏହାପରେ ଏହି ଯୋଡ଼ିକୁ ଦର୍ଶକ ‘ଦୋ-ଅନ୍‌ଜାନେ’ ରେ ଦେଖିବାକୁ ପାଇଥିଲେ ।

ଖୁଦା ବିବାହ( ୧୯୭୮): ଅମିତାଭ ବଚ୍ଚନ ଓ ଶ୍ରୀଦେବୀ ଙ୍କ ସୁପରହିଟ୍‌ ଫିଲ୍ମ ‘ ଖୁଦା ବିବାହ’ ତ ରିଲିଜ୍‌ ହୋଇଥିଲାହେଲେ ୧୯୭୮ ମସିହାରେ ବଲିଉଡର ହିଟ୍‌ ମେକର୍‌ ମନମୋହନ ଦେଶାଇ ଏହି ଟାଇଟଲରେ ଅନ୍ୟ ଏକ ସିନେମା ନିର୍ମାଣ କରୁଥିଲେ । ଏଥିରେ ଅମିତାଭ ବଚ୍ଚନଙ୍କ ବିପକ୍ଷରେ କାମ କରୁଥିଲେ ପରବୀନ୍‌ ବାବି ।ତେବେ ଏହି ଫିଲ୍ମଟି ଅଧାରେ ଅଟକି ରହିଥିଲା ।

ସରଫରୋସ୍‌ ( ୧୯୭୯): ପ୍ରଖ୍ୟାତ ନିର୍ଦ୍ଦେଶକ ମନମୋହନ ଦେଶାଇ ୧୯୭୯ରେ ଅମିତାଭ ବଚ୍ଚନଙ୍କୁ ଲିଡ୍‌ ରୋଲରେ ନେଇ ‘ସରଫରୋସ୍‌ ’ ଟାଇଟଲରେ ଏକ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରବିନ ବାବି, ଋଷି କପୁର, କାଦର ଖାନ୍‌ ଓ ଶକ୍ତି କପୁର ଅଭିନୟ କରିଥିଲେ । ଏହା ବି ରିଲିଜ୍‌ ହୋଇପାରିନଥିଲା ।

ସମ୍ବନ୍ଧିତ ଖବର