ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ୯ଜଣଙ୍କୁ ରକ୍ଷା କରିବାକୁ ଯାଇ ୧୨ଜଣ ପୁଲିସ ଆହତ

ହୈଲାକାଣ୍ଡି: ଶୁକ୍ରବାର ରାତିରେ ଦକ୍ଷିଣ ଆସାମର ହୈଲାକାଣ୍ଡି ଜିଲ୍ଲା ଅନ୍ତର୍ଗତ ନିତାଇନଗର ଗ୍ରାମରେ ୯ଜଣ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଜନତାଙ୍କ ମାଡ଼ରୁ ରକ୍ଷା କରିବାକୁ ଯାଇ ୧୨ ଜଣ ନିରାପତ୍ତା କର୍ମଚାରୀଙ୍କ ସମେତ କେତେକ ଗ୍ରାମବାସୀ ଆହତ ହୋଇଛନ୍ତି।

ହୈଲାକାଣ୍ଡି ସଦର ଥାନା ଭାରପ୍ରାପ୍ତ ଅଧିକାରୀ ହେମନ୍ତ କୁମାର ଦାସ ଏବଂ ଦ୍ୱିତୀୟ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ, ଅଲଗ୍‌ପୁର ଥାନାର ଭାରପ୍ରାପ୍ତ ଅଧିକାରୀ ବୋରାତ ଚନ୍ଦ୍ର କର ଏବଂ ସିଆର୍‌ପିଏଫ୍‌ର ଦୁଇଜଣ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି। ହୈଲାକାଣ୍ଡି ସହର ଠାରୁ ୧୩ କିଲୋମିଟର ଦୂର ନିତାଇନଗର ଗ୍ରାମରେ ଦଳେ ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଠେଙ୍ଗା ପାହାର ଖାଉଥିବା ଚାରିଜଣ ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ସରବ୍ୟ ହୋଇଥିବା କଥା ସେମାନେ କହିଛନ୍ତି।

Image Source: India TV

ଜିଲ୍ଲା ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବରୁଣ ପୁର୍‌କ୍ୟସ୍ଥ କହିଛନ୍ତି ପୁଲିସ କନେଷ୍ଟବଳ ଜାମିଲ୍‌ ହୁସେନ୍‌ଙ୍‌କ ସମେତ ୯ଜଣିଆ ଲୋକଙ୍କର ଏକ ଦଳ ନିତାଇନଗର ସାପ୍ତାହିକ ଗୋରୁହାଟ ଲସ୍କର୍‌ବଜାରକୁ ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ପିଲାଚୋର ବୋଲି ସନ୍ଦେହ କରି ଘେରିଯାଇ ଆକ୍ରମଣ କଲେ। ସେମାନେ ଆସିଥିବା ଗାଡ଼ିଟିକୁ ମଧ୍ୟ ପୋଡ଼ି ପକାଇଲେ।

ସିଆର୍‌ପିଏଫ୍‌ ଯବାନଙ୍କ ସହ ସଦର ହୈଲାକାଣ୍ଡି ଥାନାରୁ ଦଳେ ପୁଲିସ ଘଟଣାସ୍ଥଳକୁ ଧାଇଁ ଯାଇ ନଅଜଣ ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କଲେ, କିନ୍ତୁ ଉତ୍ତ୍ୟକ୍ତ ଜନତା ଭାରପ୍ରାପ୍ତ ଅଧିକାରୀ ଦାସଙ୍କ ସମେତ ପୁଲିସ ଦଳକୁ ଆକ୍ରମଣ କଲେ। ପୁଲିସଙ୍କୁ ରକ୍ଷା କରିବାକୁ ଯାଇ କେତେକ ସ୍ଥାନୀୟ ଲୋକ ବି ଆହତ ହୋଇଛନ୍ତି।

ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର