ଏହି କାରଣରୁ ନିଜ ନାଁ ବଦଳାଇ ଛଦ୍ମ ନାମ ଧରି ସ୍କୁଲ ଯାଉଥିଲେ ଶ୍ରୁତି ହାସନ

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ବଡ଼ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ ନିଜ ବାପାଙ୍କ ଭଳି ବଲିଉଡ୍‌ର ଜଣେ ଜଣାଶୁଣା ଚେହେରା। ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରୁତି ଜଣେ ବଡ଼ ଅଭିନେତ୍ରୀ ହୋଇଥିବା ବେଳେ ଅନେକ ଗୁଡ଼ିଏ ବଲିଉଡ୍‌ ଫିଲ୍ମରେ ମଧ୍ୟ ସେ କାମ କରି ସାରିଛନ୍ତି । କିନ୍ତୁ ବଲିଉଡ୍‌ରେ ତାଙ୍କୁ ସେତେଟା ସଫଳତା ମିଳି ପାରି ନାହିଁ ।

Allscoopwhoop

ଜାଣିରଖନ୍ତୁ ଯେ ଶ୍ରୁତି କେବଳ ଜଣେ ଅଭିନେତ୍ରୀ ନୁଅନ୍ତି । ଅଭିନେତ୍ରୀ ହେବା ସହ ସେ ଜଣେ କଣ୍ଠଶିଳ୍ପୀ, ମଡେଲ ଏବଂ ମ୍ୟୁଜିକ୍‌ କମ୍ପୋଜର ମଧ୍ୟ । ତେବେ ମଜା କଥାଟି ହେଉଛି, ୮ଟି ଭାଷା ଭଲ ଭାବରେ କହି ପାରୁଥିବା ଶ୍ରୁତି ସ୍କୁଲ ଯିବା ସମୟରେ ନିଜ ନାଁ ବଦଳାଇ ଦେଇଥିଲେ । ସେ କାହିଁକି ଏପରି କରିଥିଲେ ତାହା ଜାଣିଲା ପରେ ଶ୍ରୁତିଙ୍କ ପ୍ରତି ଆପଣଙ୍କ ସମ୍ମାନ ଆହୁରି ବଢ଼ି ଯିବ।

ସେ ଜଣେ ଏତେ ବଡ଼ ସୁପରଷ୍ଟାରଙ୍କ ଝିଅ ବୋଲି କେହି ଜାଣି ନପାରିବା ପାଇଁ ଶ୍ରୁତି ନିଜ ନାଁ ପୂଜା ରାମଚନ୍ଦ୍ରନ ରଖିଥିଲେ । ସତକୁ ସତ, ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ଅସଲ ପରିଚୟ କେହି ବି ଜାଣି ପାରି ନଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ଏବେ ମାଇକେଲ କୋର୍‌ସେଲଙ୍କୁ ଡେଟ୍‌ କରୁଛନ୍ତି । ଇନ୍‌ଷ୍ଟାରେ ଦୁହିଁଙ୍କ ଅନେକ ଫଟୋ ଶ୍ରୁତି ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର