ମହେ‌ଶ ବାବୁ ବଲିଉଡକୁ ନେଇ ଦେଇଥିବା ବୟାନ ଉପ‌ରେ ସୁନୀଲ ସେଟ୍ଟୀଙ୍କ ପ୍ରତିକ୍ରିୟା; ବାପ୍ ହମେଶା ବାପ୍ ରହେଗା…

ମୁମ୍ବାଇ: କିଛି ଦିନ ତଳେ ବଲିଉଡକୁ ନେଇ ଦେଇଥିବା ବୟାନ ପାଇଁ ବିବାଦୀୟ ହୋଇପଡ଼ିଥିଲେ ସାଉଥ୍ ସୁପରଷ୍ଟାର ମହେଶ ବାବୁ। ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ ବୋଲି କହିବା ପରେ ପ‌‌ରେ ତାଙ୍କ କଥାକୁ ଭୁଲ ଭାବରେ ଲୋକଙ୍କ ପାଖରେ ପହଞ୍ଚାଯାଇଥିବା କହିଥିଲେ ମହେଶ। ହେଲେ ସ୍ପଷ୍ଟୀକରଣ ପରେ ବି ଏବେ ବଲିଉଡର ଅନେକ କଳାକାର ତାଙ୍କୁ ଜବାବ ଦେଉଥିବା ଦେଖାଯାଉଛି।

ବଲିଉଡର ଅନ୍ନା ଭାବେ ଜଣାଶୁଣା ଅଭିନେତା ସୁନୀଲ ସେଟ୍ଟୀ ମହେଶ ବାବୁଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ସିନେମା ହେଉ କିମ୍ବା ଓଟିଟି, ବାପା ସବୁବେଳେ ବାପା ହୋଇ ରହିବ। ଆଉ ପରିବାରର ଅବଶିଷ୍ଟ ସଦସ୍ୟମାନେ ଅବଶିଷ୍ଟ ସଦସ୍ୟ ହୋଇ ରହିବେ।

ତାଙ୍କ କହିବା ମୁତାବକ, ମୁଁ ଭାବୁଛି ସୋସିଆଲ ମିଡିଆରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରି ଜାଣିଶୁଣି ତିଆରି କରାଯାଇଛି। ଆମେ ହେଉଛୁ ଭାରତୀୟ। ଯଦି ଆମେ ଓଟିଟି ପ୍ଲାଟଫର୍ମକୁ ଦେଖିବା, ତେବେ ସେଠାରେ ଭାଷା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବିଷୟବସ୍ତୁ ଗୁରୁତ୍ୱପୂର୍ଣ୍ଣ। ମୁଁ ମଧ୍ୟ ଦକ୍ଷିଣ ଭାରତରୁ ଆସିଛି। କିନ୍ତୁ ମୋର କାର୍ଯ୍ୟକ୍ଷେତ୍ର ହେଉଛି ମୁମ୍ବାଇରେ। ତେଣୁ ମୁଁ ନିଜକୁ ମୁମ୍ବାଇକର ବୋଲି କହିବାକୁ ପସନ୍ଦ କରେ। କେଉଁ ଫିଲ୍ମ ଦେଖିବା ଉଚିତ ଏବଂ କେଉଁଟି ଦେଖିବା ଉଚିତ ନୁହେଁ ଦର୍ଶକମାନେ ଏହି ନିଷ୍ପତ୍ତି ନେଉଛନ୍ତି। ହେଲେ ବଲିଉଡ ସବୁବେଳେ ବଲିଉଡ ହିଁ ରହିବ। ଆଜିର ସମୟ‌ରେ ବିଷୟବସ୍ତୁ ହେଉଛି ରାଜା, ତାହା ସମସ୍ତେ ଜାଣିବା ଉଚିତ୍।

ସମ୍ବନ୍ଧିତ ଖବର