ସୁଟିଂ କରୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଲେ ସନ୍ନି, ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି

ନୂଆଦିଲ୍ଲୀ: ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କୁ ଚିକିତ୍ସା ପାଇଁ କାଶିପୁରର କୃଷ୍ଣା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ପେଟରେ ଯନ୍ତ୍ରଣା ହେଉଥିବା କହିବା ପରେ ସନ୍ନି ଲିଓନ୍‌ଙ୍କୁ ତୁରନ୍ତ ହସ୍‌ପିଟାଲ ନେଇ ଭର୍ତ୍ତି କରାଯାଇଛି। ସନ୍ନି ଜୁନ୍‌ ୩ରୁ ରାମନଗରରେ ଅଛନ୍ତି। ଏଠାରେ ସେ ସ୍ପିଲଟସ୍‌ଭିଲା-୧୧ର ସୁଟିଂ କରୁଛନ୍ତି।

କୁହାଯାଉଛି କି, ସ୍ପିଲଟସ୍‌ଭିଲା-୧୧ର ସୁଟିଂ ସମୟରେ ତାଙ୍କ ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଲା, ସଙ୍ଗେସଙ୍ଗେ ତାଙ୍କୁ ରାମନଗର ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଉନ୍ନତ ଚିକିତ୍ସା ନମିଳି ପାରିବା ହେତୁ କାଶିପୁରର କୃଷ୍ଣା ହସ୍‌ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା।

କୃଷ୍ଣା ହସ୍‌ପିଟାଲ ଡାକ୍ତରଙ୍କ କହିବାନୁସାରେ, ସନ୍ନିଙ୍କ ପେଟରେ ସଂକ୍ରମଣ ହେତୁ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ୨-୩ଦିନ ଡାକ୍ତରଖାନାରେ ରହିବା ପରେ ତାଙ୍କୁ ହସ୍‌ପିଟାଲରୁ ଛୁଟି କରି ଦିଆଯିବ। ସନ୍ନିଙ୍କ ଶରୀର ଅସୁସ୍ଥ ଥିବା କଥା ଶୁଣିବା ପରେ କାଶିପୁରର କୃଷ୍ଣା ହସ୍‌ପିଟାଲରେ ସମ୍ମୁଖରେ ତାଙ୍କ ପ୍ରଶଂସକଙ୍କ ଭିଡ ଜମିଥିଲା।

ସମ୍ବନ୍ଧିତ ଖବର