ମହାଭାରତ ଯୁଦ୍ଧ ଶେଷ ପରେ ମହାବଳବାନ କୁନ୍ତୀ ପୁତ୍ର ଭୀମଙ୍କ ମୃତ୍ୟୁ ସମୟର ଘଟଣା ସଂପର୍କରେ ଆପଣଙ୍କୁ ଅଳ୍ପ ବହୁତ ଜଣା ଥିବ ନିଶ୍ଚୟ। ମୃତ୍ୟୁର କିଛି ସମୟ ପୂର୍ବରୁ ୭ ଋଷି, କୃଷ୍ଣ, ଏବଂ ତାଙ୍କର ୪ ଭାଇଙ୍କୁ ମହିଳାମାନଙ୍କ ସଂପର୍କରେ କିଛି କଥା କହି ଯାଇଥିଲେ ଯାହାକି ଆଜି ଯାଏ ଦେଖିବାକୁ ମିଳେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଯାଇଥିଲେ କି ମହିଳା ସଭ୍ୟ ବାୟୁ ପରି। ସେ ନୀରବ ରହି ଯତ୍ନ ନେବା ସହ ପୂରା ଜୀବନକୁ ତ୍ୟାଗ କରି ଦେଇଥାନ୍ତି। ଜଣେ ମହିଳା କେବେ ବି ନିଜ ପାଇଁ କିଛି ଦାବି କରେନି। ଯେତେବେଳେ ସେ କିଛି ଦାବି କରେ, କାହାକୁ ଅଭିଶାପ ଦିଏ କିମ୍ବା ଆଶୀର୍ବାଦ କରେ ତାହା ପୂରା ତ୍ରୈଲୋକକୁ ପ୍ରଭାବିତ କରେ।
ଯେହେତୁ ଜାଣ ମହିଳା ଉପରେ ହିଁ ପରିବାରର ସ୍ଥିତି ଓ ଅର୍ଥନୈତିକ ଅବସ୍ଥା ନିର୍ଭର କରେ, ଜଣେ ମହିଳାକୁ ଅସମ୍ମାନ କରିବା ଅର୍ଥାତ ନିଜର ବିନାଶକୁ ନିମନ୍ତ୍ରଣ କରିବା ସହ ସମାନ। ଯେଉଁ ଘରେ ମହିଳାଙ୍କୁ ଅସନ୍ତୁଷ୍ଟ ରଖାଯାଏ ସେ ଘରେ ସବୁବେଳେ ଏକ ଅଶୁଭ ଛାୟା ପଡ଼ି ରହେ।
ମହିଳାଙ୍କୁ ଅମମ୍ମାନ କରି ମୃତ୍ୟୁକୁ ବରଣ କରିଥିବା ୨ଟି ଉଦାହରଣ ଆପଣ ନେଇପାରନ୍ତି। ଲଙ୍କାର ରାଜା ରାବଣ ମାଆ ସୀତାଙ୍କୁ ହରଣ କରିବା ଓ କୌରବ ଶହେ ଭାଇ ନିଜ ଭ୍ରାତା ପତ୍ନୀଙ୍କୁ ଅସମ୍ମାନ କରିବା ସେମାନଙ୍କୁ ମହଙ୍ଗା ପଡ଼ିଲା। ସେମାନେ ନିଜ ପତନ ନିଜ ଇଚ୍ଛାରେ ବରଣ କରିଛନ୍ତି।