ପରଦାରେ ଦିଶିଲା ସନ୍ନି ଲିଓନିଙ୍କ ଫୋନ୍‌ ନମ୍ବର! ମୋବାଇଲ୍‌କୁ ଆସିଲା ୧୦୦ରୁ ୧୫୦ ରଙ୍ଗ୍‌ କଲ୍‌

ମୁମ୍ବାଇ: ବିନା କାରଣରେ ଯଦି ଆପଣଙ୍କ ନିକଟକୁ ୧୦୦ରୁ ୧୫୦ ରଙ୍ଗ୍‌ କଲ୍‌ ଆସେ ତେବେ କେତେ ବିରକ୍ତ ନ ଲାଗିବ କୁହନ୍ତୁ ତ! ଏପରି ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀର ପୁନିତ୍‌ ଅଗ୍ରଓ୍ଵାଲ୍‌ ନାମକ ଜଣେ ବ୍ୟକ୍ତି। ଗତ ଶୁକ୍ରବାରଠାରୁ ପୁନିତ୍‌ଙ୍କ ନିକଟକୁ ରଙ୍ଗ୍‌ କଲ୍‌ ଆସିବା ଆରମ୍ଭ ହୋଇ ଯାଇଛି। ୟା ଭିତରେ ସେ ପ୍ରାୟ ୧୫୦ ରଙ୍ଗ୍‌ କଲ୍‌ ପାଇବା ପରେ ଭାରାକ୍ରାନ୍ତ ହୋଇ ପଡ଼ିଛନ୍ତି।

ବାସ୍ତବ କଥାଟି ହେଉଛି, ନିକଟରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଅର୍ଜୁନ ପଟିଆଲା’ର ଏକ ଦୃଶ୍ୟରେ ସନ୍ନି ଲିଓନିଙ୍କ ନମ୍ବର ବୋଲି ଉଲ୍ଲେଖ କରାଯାଇ ଏକ ଫୋନ୍‌ ନମ୍ବର ପ୍ରଦର୍ଶନ କରାଯାଇଥିଲା। ତା’ପରେ ଆରମ୍ଭ ହୋଇଥିଲା ସନ୍ନିଙ୍କ ଫ୍ୟାନ୍ସଙ୍କ ନମ୍ବର ଡାଏଲ୍‌।

(Photo Credits: Facebook, Twitter, Getty)

ସେହି ନମ୍ବରଟି ବାସ୍ତବରେ ସନ୍ନିଙ୍କର ବୋଲି ଭାବି ଅନେକ ଲୋକ କଲ୍‌ କରି ଚାଲିଥିଲେ। ମାତ୍ର ନମ୍ବରଟି ହେଉଛି ପୁନିତ୍‌ ଅଗ୍ରଓ୍ଵାଲ୍‌ଙ୍କର। ଚଳଚ୍ଚିତ୍ରରେ ନମ୍ବର ଦେଖାଇବା ବେଳେ ନିର୍ଦ୍ଦେଶକ କେବେ ଭାବି ବି ନଥିଲେ ଯେ ନମ୍ବରଟି ବାସ୍ତବରେ କାହାର ଥାଇପାରେ ବୋଲି। ଏହି ଘଟଣା ଏବେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅଡୁଆରେ ପକାଇଛି। ଅସୁବିଧାର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଜଣକ ନିର୍ମାତାଙ୍କ ନାମରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର