ସନ୍ନି ଲିଓନିଙ୍କ ସ୍ୱାମୀ କାହିଁକି ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ସାମିଲ୍‌ ହୋଇଥିଲେ?

ମୁମ୍ବାଇ : ଆନ୍ତର୍ଜାତୀୟ ପର୍ଣ୍ଣଷ୍ଟାର୍‌ ସନ୍ନି ଲିଓନି ପ୍ରାୟ ଛଅ ବର୍ଷ ତଳେ ‘ଜିସ୍‌ମ-୨’ ଫିଲ୍ମ ଜରିଆରେ ବଲିଉଡରେ ନାୟିକା ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସନ୍ନିଙ୍କୁ ବଲିଉଡରେ କାମ ମିଳିବାରେ ଲାଗିଥିଲା।

ନିକଟରେ ସନ୍ନି ଲିଓନିଙ୍କ ବାୟୋପିକ୍‌ ‘କରନ୍‌ଜିତ୍‌ କୌର୍‌ – ଦ ଅନ୍‌ବୋଲ୍‌ଡ ଷ୍ଟାରି ଅଫ୍‌ ସନ୍ନି ଲିଓନି’ ନାଆଁରେ ଏକ ଓ୍ଵବ୍‌ ସିରିଜ୍‌ ରିଲିଜ୍‌ ହୋଇଥିଲା। ଏଥିରେ ସନ୍ନିଙ୍କ ଜୀବନର ବିଭିନ୍ନ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି।

ଏବେ ସନ୍ନି ଲିଓନି ସ୍ୱାମୀ ଡାନିୟଲ୍‌ଙ୍କ ସମ୍ପର୍କରେ ଏକ ଖୁଲାସା କରିଛନ୍ତି। ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସନ୍ନି ଲିଓନ୍‌ ତ ଆଗେ ପର୍ଣ୍ଣଷ୍ଟାର୍‌ ହେଲେ। ତା’ପରେ ତାଙ୍କ ସ୍ୱାମୀ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ପ୍ରକୃତରେ ଏମିତି କ’ଣ ହେଲା ଯେ ଡାନିୟଲ୍‌ ଏ ଲାଇନ୍‌କୁ ଆସିଥିଲେ।

ଏହି ପ୍ରସଙ୍ଗରେ ସନ୍ନି ଲିଓନି କହିଛନ୍ତି ଯେ, ଡାନିୟଲ୍‌ ତାଙ୍କ ପରାମର୍ଶରେ ଆଡଲ୍‌ଟ ଫିଲ୍ମରେ କାମ କରିଥିଲେ। ଯେତେବେଳେ ସନ୍ନି ଅନ୍ୟ ପୁରୁଷମାନଙ୍କ ସହ ପର୍ଣ୍ଣ ଫିଲ୍ମରେ କାମ କରୁଥିଲେ, ତାହା ସେତେବେଳେ ପ୍ରେମିକ ଡାନିୟଲଙ୍କୁ ଭଲ ଲାଗୁନଥିଲା। ଏଣୁ ଡାନିୟଲ୍‌ଙ୍କୁ ବି ଏ ଲାଇନ୍‌ରେ ଆସିବାକୁ କହିଥିଲେ। ଏହାକୁ ସନ୍ନିଙ୍କର ସ୍ୱପ୍ନ ବୋଲି ମନେ କରି ଡାନିୟଲ୍‌ ସାକାର କହିଥିଲେ ଓ ନିଜେ ବି ବନିଯାଇଥିଲେ ପର୍ଣ୍ଣଷ୍ଟାର୍‌। ଏ କଥାର ପର୍ଦ୍ଦାଫାସ ହେବ ଓ୍ଵବ୍‌ ସିରିଜ୍‌ର ଦ୍ୱିତୀୟ ଭାଗରେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର