ବାର୍ବି ଗର୍ଲ ଗୀତ ପାଇଁ ଅଡ଼ୁଆରେ ସନ୍ନି ଲିଓନ୍‌

ମୁମ୍ବାଇ: ବଲିଉଡର ହଟ୍‌ ନାୟିକା ସନ୍ନି ଲିଓନ୍‌ ଏବେ ପୁଣି ବିବାଦରେ ଫସିଛନ୍ତି। କଥା କ’ଣ ତାଙ୍କ ଅଭିନୀତ ନୂଆ ସିନେମା ‘ତେରା ଇନ୍ତେଜାର’ର ଏକ ଗୀତ ବାର୍ବି ଗର୍ଲ ଏବେ ବିବାଦରେ । ଏକ ଡଲ୍‌ ତିଆରି କରୁଥିବା କଂପାନି ମେଟଲ୍‌ ଅଭିଯୋଗ କରିଛନ୍ତି ଯେ‘ତେରା ଇନ୍ତେଜାର’ର ପ୍ରଯୋଜକ ବିନା ଅନୁମତିରେ ଏହି ବ୍ରାଣ୍ଡନେମ ବ୍ୟବହାର କରିଛନ୍ତି। ଏହାକୁ ନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରଯୋଜକଙ୍କୁ ନୋଟିସ୍‌ ଜାରି କରାଯାଇଛି। ପ୍ରଯୋଜକ ଏହାର କି ଉତ୍ତର ଦେଉଛନ୍ତି ତାହା ଦେଖିବା କଥା ।

‘ତେରା ଇନ୍ତେଜାର’ର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ଓ୍ଵାଲିୟା। ଏଥିରେ ପ୍ରଥମ ଥର ଲାଗି ଅରବାଜ୍‌ ଖାନଙ୍କ ବିପକ୍ଷରେ ଅଛନ୍ତି ସନ୍ନି ଲିଓନ୍‌। ଏହି ସିନେମା ଆଗାମୀ ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ‘ଦବଙ୍ଗ’ ସିନେମାର ଗୀତରେ ଝଣ୍ଡୁବାମ୍‌ ଶବ୍ଦର ପ୍ରୟୋଗକୁ ନେଇ ପ୍ରଯୋଜକଙ୍କ ବିରୁଦ୍ଧରେ ନ୍ୟାୟାଳୟରେ ପହଞ୍ଚିଥିଲେ ଝଣ୍ଡୁବାମ୍‌ ତିଆରି କରୁଥିବା କଂପାନି।

ସମ୍ବନ୍ଧିତ ଖବର