ସୁଷମାଙ୍କ ବଡ଼ ପ୍ରଶଂସକ ଏହି ବଲିଉଡ୍‌ ଅଭିନେତ୍ରୀ, ବାୟୋପିକ୍‌ରେ ତାଙ୍କ ଭୂମିକାରେ ଆସିବାକୁ ରଖିଛନ୍ତି ଇଚ୍ଛା

ମୁମ୍ବାଇ : ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର ରାତିରେ ଏମ୍ସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ହଠାତ୍‌ ଏହି ଖବର ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ୬୭ବର୍ଷ ବୟସରେ ତାଙ୍କ ବିୟୋଗ ହୋଇଥିବା ବେଳେ ରାଜନୀତି ଇତିହାସରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଅନେକ ମତ ରଖିଥିଲେ । ତେବେ ଏହି ଖବର ଆସିବା ପରେ ଉଭୟ ରାଜନେତା ଓ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Image result for taapsee-pannu-big-fan-of-sushma-swaraj
PeepingMoon.com

ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁ ମଧ୍ୟ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଚରିତ୍ରରେ ପରଦାରେ ନଜର ଆସିବାକୁ ଚାହାନ୍ତି ବୋଲି ଇଚ୍ଛା ଜାହିର କରିଛନ୍ତି । ତାଙ୍କ ଅନୁଯାୟୀ, ମୁଁ ପିଲାବେଳୁ ସୁଷମାଜୀଙ୍କ ଜଣେ ବଡ଼ ପ୍ରଶଂସକ । ଯଦି କେବେ ମୋତେ ତାଙ୍କ ବାୟୋପିକ୍‌ରେ କାମ କରିବାକୁ ପଡ଼େ, ତେବେ ମୁଁ ତାହାକୁ ହାତଛଡ଼ା କରିବି ନାହିଁ । ପରଦାରେ ସୁଷମାଜୀଙ୍କ ଜୀବନ ବଞ୍ଚିବାର ସୁଯୋଗ ମୁଁ କେବେ ଛାଡ଼ିବି ନାହିଁ । ତାଙ୍କ ଭଳି ମହାନ ନେତ୍ରୀଙ୍କ ବାୟୋପିକ୍‌ରେ କାମ କରିବାକୁ କିଏ ବା ନଚାହିଁବ ।

ସମ୍ବନ୍ଧିତ ଖବର