ତେଲୁଗୁ ଅଭିନେତ୍ରୀ କେ. ଶ୍ରାବଣୀଙ୍କ ଆତ୍ମହତ୍ୟା

ତେଲୁଗୁ ଟିଭି ଅଭିନେତ୍ରୀ କେ. ଶ୍ରାବଣୀ ମଙ୍ଗଳବାର ରାତିରେ ଫାଶି ଲଗେଇ ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବାଦ ମଧୁରନଗରସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ପରିବାର ଦେଖିବାକୁ ପାଇଥିଲେ। ଏସ ଆର ନଗର ପୁଲିସ ଥାନାର ସୂଚନା ମୁତାବକ, ଗତ ୮ମାସ ହେବ ପୁରୁଷ ବନ୍ଧୁ ଦେବ ରାଜୁଙ୍କ ସହ ତାଙ୍କର ନିବିଡ଼ ବନ୍ଧୁତା ଥିଲା। ମାତ୍ର କିଛି ସପ୍ତାହ ହେଲା ଦୁହେଁ କଥା ହେଉନଥିଲେ। ତେବେ କିଛିଦିନ ପୂର୍ବେ ପୁଣି ସେ ଦେବଙ୍କ ସହ ମିଳାମିଶା କରିଥିଲେ ମଧ୍ୟ ଅବସାଦରେ ରହୁଥିଲେ ବୋଲି ତାଙ୍କ ପରିବାର ପୁଲିସକୁ ଜଣାଇଛନ୍ତି। ଶ୍ରାବଣୀ ଆତ୍ମହତ୍ୟା ପୂର୍ବରୁ ତାଙ୍କ ମା’ଙ୍କ ସହ କଥା ହୋଇ ରୁମକୁ ଯାଇଥିଲେ, ହେଲେ ୨ ଘଣ୍ଟା ପର୍ଯ୍ୟନ୍ତ ନଫେରିବାରୁ ତାଙ୍କ ମା’ଙ୍କ ସନ୍ଦେହ ହୋଇଥିଲା। ମା’ ଯାଇ କବାଟ ଫାଙ୍କରେ ଦେଖିବା ବେଳକୁ ଶ୍ରାବଣୀ ଫାଶି ଲଗେଇ ଝୁଲିପଡ଼ିଥିଲେ। ଦେବଙ୍କ ସହ ସମ୍ପର୍କରେ ଫାଟ ଯୋଗୁଁ ଏପରି ହୋଇଥିବା ଦର୍ଶାଇ ଶ୍ରାବଣୀଙ୍କ ପରିବାର ତରଫରୁ ପୁଲିସରେ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର