ଇଣ୍ଡଷ୍ଟ୍ରି ଛାଡ଼ିବା ନେଇ ଘୋଷଣା କରିବା ପରେ ଜାଇରାଙ୍କ ସହ କଥା ହୋଇଥିଲେ ପ୍ରିୟଙ୍କା! କିନ୍ତୁ…

ମୁମ୍ବାଇ : ଅଭିନେତ୍ରୀ ଜାଇରା ଓ୍ଵସିମ୍‌ଙ୍କ ବଲିଉଡ୍‌ ଛାଡ଼ିବା ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତାଙ୍କର ଏଭଳି ଘୋଷଣା ବଲିଉଡ୍‌କୁ ଦୁଇ ଭାଗ କରିଥିଲା । କିଛି ଲୋକ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ କିଛି  ବିରୋଧ କରିଥିଲେ । ଏବେ ଜାଇରାଙ୍କ ବଲିଉଡ୍‌ ଛାଡ଼ିବା ନେଇ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପଚରାଯିବା ପରେ ସେ କହିଛନ୍ତି, ତାହା ଜାଇରାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା । ସେ କ’ଣ କରିବା ଦରକାର କ’ଣ ନୁହେଁ, ତାହା କହିବାକୁ ଆମେ କେହି ନୁହେଁ । ସେ ଜଣେ ଭଲ ଅଭିନେତ୍ରୀ । ଆମେ ସବୁବେଳେ ତାଙ୍କ ଭଲ ପାଇଁ କାମନା କରିବୁ ବୋଲି କହିଥିଲେ ପ୍ରିୟଙ୍କା ।

Image result for the-sky-is-pink-priyanka-chopra-on-zaira-wasim-decision-to-quit-bollywood
Latestly.com

ଜାଇରାଙ୍କ ଏଭଳି ଘୋଷଣା ପରେ ଆପଣ ତାଙ୍କ ସହ କଥା ହୋଇଥିଲେ କି? ବୋଲି ପ୍ରିୟଙ୍କାଙ୍କୁ ପ୍ରଶ୍ନ କରାଯିବା ପରେ, ହଁ, ଆମେ ଅନେକ ଥର କଥା ହୋଇଛୁ । କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରି ବା କାମ କରିବାକୁ ନେଇ କେବେ କଥା ହୋଇ ନାହୁଁ । ସେ ବିଷୟ ସହ ମୋର କୌଣସି ସଂପର୍କ ନାହିଁ ବୋଲି କହିଥିଲେ ପ୍ରିୟଙ୍କା ।

ସମ୍ବନ୍ଧିତ ଖବର