‘କାଲା ଚଷମା’ ଗୀତ ଭାଇରାଲ ହେଉଛି, ଗାୟକଙ୍କ ହାତ ଖାଲି

ପଞ୍ଜାବୀ ପପ୍ ଗୀତ ‘କାଲା ଚଷମା’ ୨୦୨୨ରେ ଏକ ନୂତନ ଲିଜ୍ ପାଇଛନ୍ତି। ଗତ କିଛି ମାସ ମଧ୍ୟରେ ଜିମି ଫାଲନ୍ ଏବଂ ଡେମି ଲୋଭାଟୋଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ୍ ଦଳ ପର୍ଯ୍ୟନ୍ତ ଏହି ଗୀତ ସାରା ବିଶ୍ୱରେ ଭାଇରାଲ୍ ହୋଇଛି। କିନ୍ତୁ ଏହି ଭାଇରାଲୀ ଗୀତର ଗାୟକ ଅମର ଆରସିଙ୍କ ହାତ ଖାଲି। ଏ ବାବଦରେ ସେ କିଛି ଅର୍ଥ ତାଙ୍କ ହାତକୁ ଆସିନାହିଁ। ଏହି ଗୀତ ରଚନା କରିଥିଲେ ପ୍ରେମ ହାର୍ଦ୍ଦିକ ଓ କାମଲିନ୍‌। ଗୀତଟି ପ୍ରଥମେ ୧୯୯୧ରେ ମୁକ୍ତିଲାଭ କରିଥିଲା। ଏହାପରେ ବାଦଶାହା ଓ ନେହା କକ୍କଡ଼ଙ୍କ ଦ୍ବାରା ୨୦୧୬ରେ ଚଳଚ୍ଚିତ୍ର ‘ବାର୍‌ ବାର୍‌ ଦେଖୋ’ ପାଇଁ ପୁନଃ ସଂଯୋଜିତ ହୋଇଥିଲା। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମାଲହୋତ୍ରା ଓ କ୍ୟାଟ୍ରିନା କୈଫ ଅଫିନୟ କରିଥିଲେ। ଏହାପୂର୍ବରୁ ନରୱେ ଡ୍ୟାନ୍ସ ଗ୍ରୁପ୍ କୁଇକ୍ ଷ୍ଟାଇଲ୍ ରିମିକ୍ସ ସଂସ୍କରଣକୁ ଭାଇରାଲ କରିଥିଲା। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଟିକ୍ ଟକ୍ ଏବଂ ଇନଷ୍ଟାଗ୍ରାମ ରିଲ୍ସରେ ଏହି ଗୀତରେ ସେଟ୍ କରିଥିଲେ।

ଗୀତର ନୂଆ ଲୋକପ୍ରିୟତାକୁ ନେଇ ଅମର ଖୁସି। ହେଲେ ତାଙ୍କର କିଛି ଲାଭ ନାହିଁ। ଅମର ଜଣେ ଲଣ୍ଡନ ଆଧାରିତ ପଞ୍ଜାବୀ ଗାୟକ। ‘କାଲା ଚଷମା’ ତାଙ୍କର ଡେବ୍ୟୁ ଆଲବମର ଏକ ଅଂଶ ଥିଲା। ତିନି ଦଶନ୍ଧି ମଧ୍ୟରେ ତାଙ୍କର ‘ଆଜା ନି ଆଜା’ ଏବଂ ‘ରଙ୍ଗଲି କୋଠି’ ପରି ଲୋକପ୍ରିୟ ଗୀତ ସହିତ ତିନୋଟି ଷ୍ଟୁଡିଓ ଆଲବମ୍ ମୁକ୍ତିଲାଭ କରିଛି।

ସମ୍ବନ୍ଧିତ ଖବର