ଟାଇଗର୍‌ ଶ୍ରଫ୍‌ଙ୍କ ସଂପର୍କରେ ଏ କ’ଣ କହିଲେ ଦିଶା ପଟାନି ?

ମୁମ୍ବାଇ: ବଲିଉଡର ଜଣାଶୁଣା ନାୟକ ଟାଇଗର୍‌ ଶ୍ରଫ୍‌ ହଟ୍‌ ହିରୋଇନ୍‌ ଦିଶା ପଟାନିଙ୍କ ଅଭିନୀତ ଫିଲ୍ମ ‘ବାଗୀ-୨’ର ଟ୍ରେଲରୁ ୨୧ ତାରିଖରେ ଲଞ୍ଚ ହେଉଛି। ଏହି ସିନେମା ଆଗାମୀ ମାର୍ଚ ୩୦ ତାରିଖରେ ରିଲିଜ୍‌ ହେବାର ବି ସୂଚନା ମିଳିଛି। ଏହା ପୂର୍ବରୁ ଦିଶା ଟାଇଗର୍‌ ଶ୍ରଫ୍‌ଙ୍କ ସଂପର୍କରେ ଏଭଳି କଥା କହିଛନ୍ତି ଯାହା ଶୁଣିଲେ ଆପଣବି ଭାବିବେ ପ୍ରକୃତରେ ଉଭୟଙ୍କ ଭିତରେ କିଛି ଅଛି।

ହଁ, ଦିଶା କହିଛନ୍ତି ଯେ ଟାଇଗରଙ୍କ ପାଇଁ ସେ ଏଥିରେ କାମ କରିଛନ୍ତି। ସେ ଖୁବ୍‌ ପରିଶ୍ରମୀ ହୋଇଥିବା ହେତୁ ତାଙ୍କୁ ବି ‘ବାଗୀ-୨’ ପାଇଁ ଢ଼େର ପରିଶ୍ରମ କରିବାକୁ ପଡ଼ିଛି ବୋଲି କହିଛନ୍ତି ଦିଶା ପଟାନୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟାଇଗର୍‌ ଏତେ ପ୍ୟାରା ଯେ ତାଙ୍କୁ ଯେ କେହି ଭଲ ଲାଗିବ।
ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନି ପ୍ରେମୀ ଯୁଗଳଭାବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଏ ଦୁହେଁ ଏଯାବତ ଖୋଲାଖୋଲି ପ୍ରେମ କଥାକୁ ସ୍ୱୀକାର କରି ନାହାନ୍ତି,ତଥାପି ମନା କରି ନାହାନ୍ତି। କିନ୍ତୁ ଏହି କଥାରୁ କ’ଣ ଜଣାପଡ଼ୁଛି କି ସେ ଦୁହେଁ ପ୍ରେମରେ ପଡ଼ିଛନ୍ତି।
କିଛି ଦିନତଳେ ସେ ଦୁହିଁଙ୍କର ଏକ ଫଟୋ ଏବେ ଭାଇରାଲ ହୋଇଥିଲା ଏଥିରେ ଉଭୟ ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନି ପରସ୍ପରର ବେକରେ ମାଳା ପିନ୍ଧାଉଥିଲେ। ସେଥିରୁ ଅନୁମାନ କରା ଯାଉଥିଲା କି ବୋଧହୁଏ ଏହି ପ୍ରେମୀ ଯୁଗଳ ଗୁପ୍ତରେ ବିବାହ କରିଛନ୍ତି। ଏଦୁହେଁ ଗୋଆରେ ଫିଲ୍ମ ‘ବାଗୀ-୨’ର ସୁଟିଂ ସମୟରେ ଏପରି କରିଥିବା କୁହାଯାଉଥିଲା। ଏ ଦୁହେଁ ନୂଆ ବର୍ଷରେ ଶ୍ରୀଲଙ୍କା ଯାଇ ସମୟ କାଟିଥିଲେ। ତେବେ ଗୋପନ ବିବାହ ପ୍ରସଙ୍ଗରେ ଏମାନେ ମୁହଁ ଖୋଲି ନାହାନ୍ତି।

photo-navbharattimes

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର୍‌ ଶ୍ରଫ୍‌‘ହିରୋପନ୍ତି’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଅପରପକ୍ଷରେ ଦିଶା ‘ଏମ୍‌ ଏସ୍‌ ଧୋନି’ ଜରିଆରେ ବଲିଉଡରେ ଡେବ୍ରୁ କରିଥିଲେ। ସେ ନିଜର ହଟ୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରି ଚର୍ଚ୍ଚିତା ହୋଇଛନ୍ତି।

ସମ୍ବନ୍ଧିତ ଖବର