ଟିପୁ ସୁଲତାନ ବେଶରେ ଶାହରୁଖ

ଫେସବୁକ୍‌ରେ ଏବେ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ପୋଷ୍ଟରରେ ଶାହରୁଖ ଟିପୁ ସୁଲତାନଙ୍କ ବେଶରେ ନଜର ଆସିଛନ୍ତି। ପୋଷ୍ଟରରେ ଲେଖାଯାଇଛି ‘ଶେର ଏ ମସୁର୍‌ ଟିପୁ ସୁଲତାନ’। ଏପରି ବି ଲେଖାଯାଇଛି, ଆଗକୁ ଆସୁଥିବା ଶାହରୁଖଙ୍କ ଏହି ଚଳଚ୍ଚିତ୍ରକୁ ବ‌ହିଷ୍କାର କରାଯାଉ। ଟିପୁ ସୁଲତାନ ହିନ୍ଦୁମାନଙ୍କ ଉପରେ ବହୁତ ଅତ୍ୟାଚାର କରିଥିବାରୁ ଏହା ଲେଖାଯାଇଛି। ଧର୍ମେନ୍ଦ୍ର ସିଂ ଏହି ପୋଷ୍ଟକୁ ଫେସବୁ‌କରେ ସେୟାର କରିଛନ୍ତି। ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରିଥିବା, ହିନ୍ଦୁମାନଙ୍କ ମନ୍ଦିର ଭାଙ୍ଗିଥିବା ଟିପୁ ସୁଲତାନଙ୍କୁ ହିରୋ ଭାବେ ଚଳଚ୍ଚିତ୍ରରେ ଉପସ୍ଥାପିତ କରାଯାଉଛି। ଭାସ୍କର ହିନ୍ଦୀର ସୂଚନା ମୁତାବକ, ଭାଇରାଲ୍‌ ହେଉଥିବା ଏହି ପୋଷ୍ଟର୍‌ଟି ଏକ ଟିଜର୍‌। ୨୦୧୮ ସେପ୍ଟେମ୍ବର ୨୦ରେ ଜାୟନ ଖାନ୍‌ ନାମକ ବ୍ୟକ୍ତି ଏହି ଭିଡିଓ ଅପଲୋଡ୍‌ କରିଛନ୍ତି। ତେବେ ବାସ୍ତବରେ ଶାହରୁଖ ଟିପୁ ସୁଲତାନଙ୍କ ଉପରେ କୌଣସି ଚଳଚ୍ଚିତ୍ର କରୁନାହାନ୍ତି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର