ଅକ୍ଷୟଙ୍କ ସହ ପୁରୁଣା ଫଟୋ ସେୟାର କଲେ କରିସ୍ମା

ଅକ୍ଷୟ କୁମାରଙ୍କ ସହ ବିଭିନ୍ନ ଚଳଚ୍ଚିତ୍ରରେ କାମ କରିଥିବା କରିସ୍ମା କପୁର ନିଜର ଫିଲ୍ମ ସେଟ୍‌ର ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ନବେ ଦଶକର ସେୟାର କରିବା ସହ କରିସ୍ମା ଲେଖିଛନ୍ତି, ସେ ଅନେକ ପୁରୁଣା କଥା ଭୁଲି ଯାଇଥିଲେ। କିନ୍ତୁ ଏହି ପୁରୁଣା ଫଟୋ ସେଦିନର ସ୍ମୃତିକୁ ମନେ ପକାଇ ଦେଇଛି। ସେ ଏକଥା ବି ଲେଖିଛନ୍ତି, ଏ ଫଟୋଟି କେତେବେଳେ କେଉଁଠାରେ ନିଆଯାଇଛି ମୋର ମନେ ନାହିଁ। କିନ୍ତୁ ଏହା ସକ୍ରିୟ ଶକ୍ତି ଭରିଦେଉଛି। ଅକ୍ଷୟଙ୍କୁ ସମ୍ବୋଧନ କରି ଲେଖିଛନ୍ତି, ଅକ୍ଷୟ ଏଗୁଡ଼ିକ ପୁରୁଣା ଦିନ। ଏଥିସହ ସେ କିଛି ପୁରୁଣା ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଫିଲ୍ମର ନାମ ପଚାରିଛନ୍ତି।

ସମ୍ବନ୍ଧିତ ଖବର