ଆଜି ଶୁଭମୁକ୍ତି: ‘ଲୈଲା ଓ ଲୈଲା’

ଭୁବନେଶ୍ୱର: ଆଜି ପରଦାକୁ ଆସୁଛି ୨୦୧୭ର ଶେଷ ସିନେମା ‘ଲୈଲା ଓ ଲୈଲା’ ।ଏହା ଏକ ରୋମାଣ୍ଟିକ୍‌ ସିନେମା । ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ଏହି ଛବିର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ଏହି ସିନେମା ଜରିଆରେ ‘ତୁ ମୋ’ ଲଭ ଷ୍ଟୋରି’ ଫେମ୍‌ ସ୍ୱରାଜ ସାର୍ଥକ ମ୍ୟୁଜିକ୍‌ ବ୍ୟାନରରେ ଏଣ୍ଟ୍ରି କରିଛନ୍ତି।‘ଲୈଲା ଓ ଲୈଲା’ରେ ସ୍ୱରାଜଙ୍କ ପାର୍ଟନର ହେଲେ ସନ୍‌ମୀରା । ଅର୍ଥାତ୍‌ ଏଥିରେ ସ୍ୱରାଜ-ସନମୀରାଙ୍କ ଯୋଡି ପ୍ରଥମ ନଜର ଆସୁଛନ୍ତି।

ଏହି ସିନେମାର ସଂଳାପ ଲେଖିଛନ୍ତି ଡ ନିର୍ମଳ ନାୟକ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ।‘ଲୈଲା ଓ ଲୈଲା’ ହେଉଛି ସାର୍ଥକ ମ୍ୟୁଜିକ୍‌ ବ୍ୟାନରର ୨୨ତମ ସିନେମା।

ସମ୍ବନ୍ଧିତ ଖବର