ରିଲିଜ୍ ହେଲା ତାମିଲ୍ ସୁପରଷ୍ଟାର ଅଜିତଙ୍କ ‘ବାଲିମାଇ’ର ଟ୍ରେଲର୍

ଚେନ୍ନାଇ: ଡିସେମ୍ବର ୩୦ ତାରିଖ ଦିନ ରିଲିଜ୍ ହୋଇଛି ତାମିଲ୍ ସୁପରଷ୍ଟାର୍ ଅଜିତ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଲିମାଇ’ର ଟ୍ରେଲର୍ । ଆକ୍ସନରେ ଭରପୁର ଥିବା ‘ବାଲିମାଇ’ର ଟ୍ରେଲରକୁ ରିଲିଜ୍ ହେବାର ଅଳ୍ପ ସମୟ ମଧ୍ୟରେ ୟୁଟ୍ୟୁବରେ ୧୧ ଲକ୍ଷକୁ ଅଧିକ ଲୋକ ଦେଖି ସାରିଲେଣି । ରିପୋର୍ଟ ଅନୁସାରେ ‘ବାଲିମାଇ’ର ହିନ୍ଦି ଟ୍ରେଲର୍ ଜାନୁୟାରୀ ୬ କିମ୍ବା ୭ ତାରିଖ ରିଲିଜ୍ ହୋଇପାରେ ବୋଲି ଜଣା ପଡିଛି । ‘ବାଲିମାଇ’ ପଙ୍ଗୋଲ ସମୟରେ ୧୪ ଜାନୁୟାରୀ ୨୦୨୨ ରେ ରିଲିଜ୍ ହେବ ବୋଲି ସ୍ଥିର ହୋଇଛି ।
‘ବାଲିମାଇ’ରେ ଅଜିତ କୁମାରଙ୍କ ବ୍ୟତୀତ ହୁମା କ୍ୟରେଶି ଓ କାର୍ତିକେୟ ଗୁମ୍ମାକୋଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ‘ବାଲିମାଇ’ ଚଳଚ୍ଚିତ୍ରର ଲେଖକ ଓ ନିର୍ଦେଶକ ହେଉଛନ୍ତି ଏଚ୍.ବିନୋଦ । ବୋନି କପୁର ‘ବାଲିମାଇ’ ଚଳଚ୍ଚିତ୍ରର ନିର୍ମାତା ଅଟନ୍ତି ।

ସମ୍ବନ୍ଧିତ ଖବର