ଉର୍ବଶୀଙ୍କ ସ୍ବପ୍ନ ଭାଙ୍ଗିଦେଇଥିଲେ ସୁସ୍ମିତା, ୨୦୧୨ରେ ହୋଇପାରିନଥିଲେ ‘ମିସ ୟୁନିଭର୍ସ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ସ୍ବପ୍ନ ଭାଙ୍ଗିଦେଇଥିଲେ ଅଭିନେତ୍ରୀ ତଥା ପୂର୍ବତନ ‘ମିସ ୟୁନିଭର୍ସ’ ସୁସ୍ମିତା ସେନ | ୨୦୧୨ରେ ଉର୍ବଶୀଙ୍କ ପାଖରେ ‘ମିସ ୟୁନିଭର୍ସ’ ହେବାର ସୁଯୋଗ ଥିବା ବେଳେ ସୁସ୍ମିତାଙ୍କ ପାଇଁ ସେ ଏହାକୁ ଜିତି ପାରିନଥିବା କହିଛନ୍ତି |

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ଯେତେବେଳେ ମୁଁ ୨୦୧୨ରେ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ଇଣ୍ଡିଆ ଜିତିଥିଲି, ସେତେବେଳେ ମିସ୍ ୟୁନିଭର୍ସରେ ଭାଗ ନେଇ ଭାରତ ପାଇଁ ଗୌରବ ଆଣିବି ବୋଲି ଭାବିଥିଲି | ହେଲେ ମିସ୍ ୟୁନିଭର୍ସରେ ଭାଗ ନେବା ପାଇଁ ଏକ ବୟସ ସୀମା ରହିଛି ବୋଲି ମୁଁ ଜାଣିନଥିଲି | ସେତେବେଳେ ମିସ୍ ୟୁନିଭର୍ସର ସହ-ମାଲିକ ଥିଲେ ଡୋନାଲ୍ଡ ଟ୍ରମ୍ପ। ସେ ସମୟରେ ଭାଗ ନେବା ପାଇଁ ବୟସ ସୀମା ୧୮ଥିଲା | ହେଲେ ମୁଁ ଏହା ଜାଣିନଥିଲି | ମୋର ବୟସ ୧୭ ଥିଲା ଏବଂ ୧୮ହେବାକୁ ୨୪ଦିନ ବାକି ଥିଲା | ଫେମିନା ମିସ୍ ଇଣ୍ଡିଆ ଦାୟିତ୍ୱ ନେଉନଥିବାରୁ ସେ ସମୟରେ ଭାରତରୁ କିଏ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବ, ତାର ନିଷ୍ପତ୍ତି ନେଉଥିଲା ସୁସ୍ମିତା ସେନଙ୍କ କମ୍ପାନି | ବୟସ ହୋଇନଥିବାରୁ ମୁଁ ଭାଗ ନେଇ ପାରିବି ନାହିଁ ବୋଲି ମୋତେ କହିଥିଲେ ସୁସ୍ମିତା | ହେଲେ ମୁଁ ହାର ନମାନି ୨୦୧୫ରେ ପୁଣି ଥରେ ଭାଗ ନେଇ ମିସ୍ ୟୁନିଭର୍ସ ଟାଇଟେଲ ଜିତିଥିଲି |”

ସମ୍ବନ୍ଧିତ ଖବର