ରବିବାର ଠାରୁ ପ୍ରସାରିତ ହେବନାହିଁ ରାମାୟଣ, ଆସିବ ଏହି ପୌରାଣିକ ଧାରାବାହିକ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ହେତୁ ମେ ୩ ପର୍ଯ୍ୟନ୍ତ ସାରା ଦେଶରେ ଲକଡାଉନ୍ ବୃଦ୍ଧି କରାଯାଇଛି। ଆଉ ଘରେ ଥିବା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଦୂରଦର୍ଶନ ପକ୍ଷରୁ କିଛି ଦିନ ତଳେ ରାମାୟଣ ଏବଂ ମହାଭାରତର ପୁନଃ ପ୍ରସାରଣ କରିଥିଲା | ଏହି ଦୁଇଟି ଧାରାବାହିକ ବ୍ୟତୀତ ଶକ୍ତିମାନ ସମେତ ଅନେକ ପୁରୁଣା ସିରିଏଲ ରହିଛି। ଏସବୁ ଧାରାବାହିକର ଅପାର ସଫଳତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦୂରଦର୍ଶନ ‘ଲବ-କୁଶ’ର ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୮୮ ମସିହାରେ ଉତ୍ତର ରାମାୟଣ ନାମରେ ‘ଲବ-କୁଶ’ ପ୍ରସାରିତ ହୋଇଥିଲା। କିନ୍ତୁ ଏହାକୁ ପୁନର୍ବାର ପ୍ରସାରଣ କରାଯିବ । ପ୍ରସାର ଭାରତୀର ସିଇଓ ସୋସିଆଲ ମିଡିଆରେ ଏହା ନିଶ୍ଚିତ କରିଛନ୍ତି। ପ୍ରସାର ଭାରତୀର ସିଇଓ ଶଶି ଶେଖରଙ୍କ ସୂଚନା ମୁତାବକ ପୁନର୍ବାର ‘ଲବ-କୁଶ’କୁ ଟେଲିକଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କାରଣରୁ ରାମାୟଣ ଶନିବାର ଦିନ ଶେଷ ହେବ ଏବଂ ଏହାର ପୁନରାବୃତ୍ତି ରବିବାର ସକାଳେ ରି-ଟେଲିକାଷ୍ଟ ହେବ।

‘ଉତ୍ତର ରାମାୟଣ’ କିମ୍ବା ‘ଲବ-କୁଶ’ର କାହାଣୀ ରବିବାର ରାତିରୁ ଟିଭିରେ ପ୍ରସାରିତ ହେବ, ଅର୍ଥାତ୍ ‘ଲବ-କୁଶ’ ୧୯ ଏପ୍ରିଲ ରବିବାର ଦିନ ୯:୦୦ ରୁ ଦୂରଦର୍ଶନରେ ପ୍ରସାରିତ ହେବ। ଏହାର ପୁନରାବୃତ୍ତି ଟେଲିକାଷ୍ଟ ତା ପରଦିନ ସକାଳ ୯.୦୦ ରେ ପ୍ରଦର୍ଶିତ ହେବ | ‘ଲବ-କୁଶ’ କିମ୍ବା ଉତ୍ତର ରାମାୟଣରେ ୩୯ ଟି ଏପିସୋଡ ଅଛି। ଏଥିରେ ସୀତା ମାତାଙ୍କ ରାଜପ୍ରାସାଦରୁ ନିର୍ବାସିତ ହେବାର କାହାଣୀ ଦର୍ଶାଯାଇଛି। ଏଥିରେ ରାମାୟଣର ଚରିତ୍ର ମଧ୍ୟ ସ୍ଥାନ ପାଇବ |

ସମ୍ବନ୍ଧିତ ଖବର