ମୁମ୍ବାଇ : ପୂର୍ବରୁ ବିରୁଷ୍କାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିବା ବେଳେ ବିବାହ ପରେ ମଧ୍ୟ ଦୁଇ ଜଣ କୌଣସି ନା କୌଣସି କଥାକୁ ନେଇ ଆଲୋଚନାରେ ରହି ଆସିଛନ୍ତି । ଗତ ବର୍ଷ ଦୁଇ ଜଣ ବିବାହ କରିଥିବା ବେଳେ ବିବାହ ପରେ ଭାଇରାଲ ହୋଇଥିବା ଫଟୋରୁ ଦୁହେଁ ଦୁହିଁଙ୍କ ସହ ଖୁସିଥିବା ଦେଖିବାକୁ ମିଳିଛି । ବିବାହ ପରେ ଦୁଇ ଜଣଙ୍କୁ ନିଜ ନିଜର କ୍ୟାରିୟରରେ ଅଧିକ ସଫଳତା ମିଳିଥିବା ମଧ୍ୟ ଦେଖାଯାଇଛି । ତେବେ ଏତେ ସବୁ ପରେ ବିରାଟଙ୍କୁ ବିବାହ କରିବା ଅନୁଷ୍କାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା ବୋଲି ଯଦି ଆପଣମାନେ ଭାବୁଛନ୍ତି, ତେବେ ତାହା ସଂପୂର୍ଣ୍ଣ ଭୁଲ । ବିରାଟଙ୍କୁ ବିବାହ କରିବା ଅନୁଷ୍କାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତିି ନଥିଲା ବୋଲି ଅନୁଷ୍କା ନିଜେ ସ୍ୱୀକାର କରିଛନ୍ତି । ଇନ୍ଷ୍ଟାଗ୍ରାମରେ ନିଜର ଏକ ଫଟୋ ଅପ୍ଲୋଡ଼ କରି ସେ ଏହାର ଖୁଲାସା କରିଛି । ମାଂସାହାରୀରୁ ଶାକାହାରୀ ହେବା ତାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତିି ଥିଲା ବୋଲି ଲେଖି ସେ ଫଟୋ ପୋଷ୍ଟ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁଷ୍କା ଯେଉଁ ଫଟୋ ଅପ୍ଲୋଡ଼ କରିଛନ୍ତି ସେ ଫଟୋଟି ସେ ପଶୁ ଅଧିକାର ସଂଗଠନ ପେଟା କ୍ୟାମ୍ପେନ୍ରେ ଉଠାଇଥିବା ଜଣାପଡ଼ିଛି । ୩ବର୍ଷ ପୂର୍ବରୁ ଅନୁଷ୍କା ମାଂସାହାରୀରୁ ଶାକାହାରୀ ପାଲଟିଥିଲେ । ଏବେ ସେ ପେଟା ସହ ମିଶି ଲୋକମାନଙ୍କୁ ଶାକାହାରୀ ହେବା ପାଇଁ ଉତ୍ସାହିତ କରୁଛନ୍ତି । ଯାହାଦ୍ୱାରା ପଶୁମାନଙ୍କ ସହ ହେଉଥିବା ଅତ୍ୟାଚାରକୁ ରୋକା ଯାଇ ପାରିବ ।