ଶାହାରୁଖ୍‌ ଫିଲ୍ମ ଛାଡ଼ିବା ପରେ ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଏବେ ନଜର ଆସି ପାରନ୍ତି ଏହି ଅଭିନେତା

ମୁମ୍ବାଇ: ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ତିଆରି ହେଉଥିବା ଫିଲ୍ମ ‘ସାରେ ଜାହାଁସେ ଆଚ୍ଛା’କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମର ନାଁ ଘୋଷଣା ହୋଇ ସାରିଥିଲେ ମଧ୍ୟ ଫିଲ୍ମରେ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ଚରିତ୍ରରେ କେଉଁ ଅଭିନେତା ନଜର ଆସିବେ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପ୍ରଥମେ ଏହି ଫିଲ୍ମଟି ଅଭିନେତା ଆମିର ଖାନ୍‌ଙ୍କୁ ଅଫର କରାଯାଇଥିବା ବେଳେ ସେ ସମୟ ଅଭାବରୁ ଏହି ଫିଲ୍ମ କରିବାକୁ ମନା କରିବା ସହ ଏହି ଫିଲ୍ମ ପାଇଁ ଅଭିନେତା ଶାହାରୁଖ୍‌ ଖାନ୍‌ ଠିକ୍‌ ରହିବେ ବୋଲି ଅମିର କହିଥିଲେ । ଯାହା ପରେ ଫିଲ୍ମଟି ଶାହାରୁଖ୍‌ ଖାନ୍‌ଙ୍କୁ ଅଫର କରାଯାଇଥିଲା । ପ୍ରଥମେ ସେ ହଁ ଭରିଥିବା ବେଳେ ପରେ ସେ ମଧ୍ୟ ଫିଲ୍ମ କରିବାକୁ ମନା କରି ଦେଇଥିଲେ ।

Times Now

ଲଗାତାର ବକ୍ସ ଅଫିସରେ ତାଙ୍କ ଫିଲ୍ମ ଫ୍ଲପ୍‌ ହେଉଥିବା ଦେଖି ଶାହାରୁଖ୍‌ ରାକେଶ ଶର୍ମାଙ୍କ ବାୟୋପିକ୍‌ କରିବାକୁ ମନା କରି ଦେଇଥିବା ବେଳେ ଏବେ ଫିଲ୍ମ ନିର୍ମାତା ଅଭିନେତା ବିକି କୌଶଲଙ୍କୁ ଏଥିରେ ନେବା ପାଇଁ ଚାହୁଁଥିବା ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଦିନ ତଳେ ବିକିଙ୍କ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ରିଲିଜ୍‌ ହୋଇଥିବା ବେଳେ ତାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ଯାହା ପରେ ଏବେ ବିକିଙ୍କ ଚାହିଦା ବଢ଼ିଥିବା ଦେଖା ଯାଉଛି । ଫିଲ୍ମ ପରେ ଫିଲ୍ମର ଅଫର ଆସୁଥିବା ବେଳେ ରାକେଶ ଶର୍ମାଙ୍କ ବାୟୋପିକ୍‌ ମଧ୍ୟ ସେ ହାତେଇ ନେଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏ ନେଇ କୌଣସି ଅଧିକାରୀକ ଘୋଷଣା ଏ ପର୍ଯ୍ୟନ୍ତ କରାଯାଇ ନାହିଁ ।

ସମ୍ବନ୍ଧିତ ଖବର