ଶେଷରେ ଦେଶକୁ ଫେରିଲେ ବିରାଟ-ଅନୁଷ୍କା

ମୁମ୍ବାଇ: କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ଡିସେମ୍ବର ୧୧ ତାରିଖରେ ଇଟାଲିର ମିଲାନ ସହରରେ ହେବା ପରେ ସେବେଠାରୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି ବିରୁଷ୍କା। ପ୍ରତିଦିନ ବିରୁଷ୍କାଙ୍କୁ ନେଇ ଜାଣିବାକୁ ମିଳୁଛି କିଛି ନୂଆ ଖବର। ସେମାନଙ୍କ ନିର୍ବନ୍ଧରୁ ନେଇ ବିବାହ, ଫିନ୍‌ଲାଣ୍ଡ୍‌ର ହନିମୁନ୍‌ ସେଲ୍‌ଫି, ଅନୁଷ୍କାଙ୍କ ଉଦେଶ୍ୟରେ ବିରାଟ ଉତ୍ସର୍ଗ କରିଥିବା ଗୀତ ଭିଡ଼ିଓ, ସାଙ୍ଗମାନଙ୍କ ସହ ଫଟୋ ଏବଂ ଫଟୋସପ୍‌ରେ ଏଡିଟିଂ ହୋଇଥିବା ନକଲି ପାକିସ୍ତାନ ଫଟୋ ଆଦି ପାଇଁ ଚର୍ଚ୍ଚାରେ ରହିଛି ବିରାଟ-ଅନୁଷ୍କା।

 

Virat and Anushka in Delhi Today ❤️❤️? #virushka #viratkohli #anushkasharma

A post shared by Sara (@virushka_folyf) on

ଏହି ଚର୍ଚ୍ଚିତ ଦମ୍ପତି ପ୍ରାୟ ୧୦ରୁ ଊର୍ଧ୍ୱ ଦିନ ବିଦେଶରେ ରହିବା ପରେ ଶେଷରେ ନିଜ ଦେଶ ଭାରତକୁ ଫେରିଛନ୍ତି। ସେ ଦୁହେଁ ବର୍ତ୍ତମାନ ଦିଲ୍ଲୀସ୍ଥିତ ବିରାଟଙ୍କ ବାସଭବନରେ ପହଞ୍ଚିଛନ୍ତି। ସେଠାରେ ସେମାନେ ଖୁସି ମନାଉଥିବା ସମୟର କିଛି ଫଟୋ ବିରୁଷ୍କା ଫ୍ୟାନ୍‌ କ୍ଲବ୍‌ ପେଜ୍‌ରେ ଦେଖିବାକୁ ମିଳିଛି। ଭାରତୀୟ ପୋଷାକ ପରିଧାନ କରି ବେଶ୍‌ ଆକର୍ଷଣୀୟ ଦିଶୁଛନ୍ତି ଏହି ଦମ୍ପତି। ଫଟୋଟିରେ ସେମାନଙ୍କ କେମେଷ୍ଟ୍ରି ସ୍ପଷ୍ଟ ଦେଖିବାକୁ ମିଳୁଛି। ଯେଉଁଭଳି ଭାବେ ସେ ଦୁହେଁ କୌଣସି ସୂଚନା ନ ଦେଇ ଇଟାଲିଠାରେ ବିବାହ କରିଥିଲେ। ସେହିପରି ଭାବେ କାହାକୁ କିଛି ନ ଜଣାଇ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି ବିରୁଷ୍କା।

 

Love ??❤️ #virushka #viratkohli #anushkasharma

A post shared by Sara (@virushka_folyf) on

ଉଲ୍ଳେଖଯୋଗ୍ୟ, ଆସନ୍ତା କାଲି ବିରୁଷ୍କା ନିଜ ସଂପର୍କୀୟମାନଙ୍କ ସକାଶେ ଦିଲ୍ଲୀରେ ଏକ ଭୋଜିର ଆୟୋଜନ କରିଛନ୍ତି। ଆସନ୍ତା ୨୬ ତାରିଖରେ ସେମାନେ କ୍ରିକେଟ୍‌ ତାରକା ଏବଂ ସିନେ ତାରକାମାନଙ୍କ ପାଇଁ ମୁମ୍ବାଇଠାରେ ଅନ୍ୟ ଏକ ଭୋଜିର ଆୟୋଜନ କରିବେ।

ସମ୍ବନ୍ଧିତ ଖବର