ପିଭି ସିନ୍ଧୁଙ୍କ ବାୟୋପିକ୍‌ରେ କୋଚ୍‌ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

ମୁମ୍ବାଇ : ୨୦୧୭ ଓ ୨୦୧୮ର ବିଶ୍ୱ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ପିଭି ସିନ୍ଧୁ ଜାପାନର ନାଜୋମୀ ଓକୁହାରାଙ୍କଠାରୁ ହାରି ଯାଇଥିଲେ । ଯାହା ପରେ ତାଙ୍କ ଫିନିସିଂ ଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ରବିବାର ସେହି ଓକୁହାରାଙ୍କୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ସିନ୍ଧୁ । ଏବେ ଏତେ ବଡ଼ ସଫଳତା ପରେ ତାଙ୍କ ଜୀବନିକୁ ନେଇ ବଲିଉଡ୍‌ରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ।

Image result for pv-sindhu
NDTV Sports

ତେବେ ଫିଲ୍ମରେ ସିନ୍ଧୁଙ୍କ କୋଚ୍‌ ପୁଲେଲା ଗୋପିଚାନ୍ଦଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ ବୋଲି ଜଣା ପଡ଼ିଛି । ଏ ନେଇ ପୁଲେଲା ଗୋପିଚାନ୍ଦଙ୍କୁ ପଚରାଯିବା ପରେ, ମୋତେ ଅକ୍ଷୟ କୁମାର ପସନ୍ଦ । ଯଦି ସେ ଫିଲ୍ମରେ ମୋ ଭୂମିକାରେ ନଜର ଆସନ୍ତି, ତେବେ ମୁଁ ବହୁତ ଖୁସି ହେବି । କାରଣ ମୁଁ ପସନ୍ଦ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ସେ ହେଉଛନ୍ତି ଜଣେ । ତେବେ ସେ ମୋ ଚରିତ୍ର କରିବେ ବୋଲି ଚର୍ଚ୍ଚା ହେଉଥିବା ଖବର ଉପରେ ମୁଁ କିଛି କହି ପାରିବି ନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର