ବିନ୍ନି ବଂସଲ ମାମଲାରେ ନୂଆ ମୋଡ, ଅଭିଯୋଗକାରିଣୀ ମହିଳାଙ୍କ ସହ ତାଙ୍କର ସହମତିରେ ସଂପର୍କ ଥିଲା

ନୂଆଦିଲ୍ଲୀ : ଫ୍ଲିପକାର୍ଟ ସହ-ପ୍ରତିଷ୍ଠାତା ବିନ୍ନି ବଂସଲ ମାମଲାରେ ଏକ ନୂଆ ମୋଡ ଆସିଛି । ବିନ୍ନିଙ୍କ ନାଁରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଯୁବତୀଙ୍କ ସହ ତାଙ୍କ ସହମତିରେ ସମ୍ପର୍କ ଥିଲା ବୋଲି ଏକ ସ୍ୱାଧୀନ ତଦନ୍ତରୁ ଜଣାପଡିଛି । ସଂପୃକ୍ତ ଯୁବତୀ ଗତ ଜୁଲାଇ ମାସରେ ଏହି ଅଭିଯୋଗ ଆଣିବା ପରେ କମ୍ପାନି ତରଫରୁ ତାହାକୁ ଗୁରୁତରଭାବେ ନିଆଯାଇ ବିନ୍ନିଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ତେବେ ଏହି ଘଟଣା ସଂପର୍କରେ ଜାଣିଥିବା କେତେକ ବ୍ୟକ୍ତି କୁହନ୍ତି ଯେ ଉକ୍ତ ମହିଳା ପୂର୍ବରୁ ଫ୍ଲିପକାର୍ଟରେ କର୍ମଚାରୀ ଥିଲେ ଓ ବିନ୍ନି ଓ ତାଙ୍କ ମଧ୍ୟରେ ସହମତିରେ ସମ୍ପର୍କ ଥିଲା । ସୂଚନାଯୋଗ୍ୟ ଯେ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସହପ୍ରତିଷ୍ଠାତା ତଥା ଗ୍ରୁପ ସିଇଓ ବିନ୍ନି ବନସଲ ଗତ ୧୩ ତାରିଖରେ ପଦରୁ ଇସ୍ତଫା ଦେଇଥିଲେ । ୬ ମାସ ତଳେ ଓ୍ଵାଲମାର୍ଟ ଦ୍ୱାରା ଫ୍ଲିପକାର୍ଟକୁ ଅଧିଗ୍ରହଣ କରାଯିବା ପରେ ଅନ୍ୟତମ ସହପ୍ରତିଷ୍ଠାତା ସଚିନ ବନସଲ ଇସ୍ତଫା ଦେଇଥିଲେ । କିନ୍ତୁ ବିନ୍ନି ବନସଲ କମ୍ପାନିରେ ରହିଥିଲେ । ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କ ବିରୋଧରେ କମ୍ପାନିରେ ଏକ ତଦନ୍ତ ଚାଲିଥିଲା । କିନ୍ତୁ ସେ ଏଏହି ଅଭିଯୋଗକୁ ଅସ୍ୱୀକାରମ କରିଥିଲେ । ତେବେ ଏହି ଇସ୍ତଫା ପରେ ସେ ବୋର୍ଡରେ ରହିବେ କି ନାହିଁ ତାହା ଜଣାପଡିନାହିଁ । ସେ ଇସ୍ତଫା ଦେଇଥିବା କଥା ଓ୍ଵାଲମାର୍ଟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା । ସେ ଇସ୍ତଫା ଦେବା ପରେ କଲ୍ୟାଣ କୃଷ୍ଣମୂର୍ତ୍ତି ଫ୍ଲିପକାର୍ଟର ସିଇଓ ରହିଛନ୍ତି ।

ସମ୍ବନ୍ଧିତ ଖବର