କିଶୋର ବ୍ରଜରାଜନଗର ବିେଜଡି ପ୍ରାର୍ଥୀ, ଅନୁପଙ୍କୁ ମିଳିବ ରାଜ୍ୟସଭା!

ଝାରସୁଗୁଡ଼ା: ଅନେକ ବିଚାର ବିମର୍ଶ ପରେ ଆଜି ଅପରାହ୍ନରେ ବ୍ରଜରାଜନଗର ବିଜେଡି ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ଜଣାଯାଇଛି। ଏହି ଆସନରେ କିଶୋର ମହାନ୍ତି ଓ ଅନୁପ ସାଏ ଉଭୟ ବିଜେଡି ପ୍ରାର୍ଥୀ ହେବାକୁ ଲବି କରୁଥିବା ବେଳେ କାହାକୁ ପ୍ରାର୍ଥୀ କରାଯିବ ସେନେଇ କୌଣସି ନିଷ୍ପତ୍ତି ଦଳର ସୁପ୍ରିମୋ ନେଇ ପାରିନଥିଲେ। ଏହି ଦ୍ବନ୍ଦ୍ବର ସମାଧାନ ପାଇଁ ଶେଷରେ ନବ ଦାସଙ୍କ ସାହାଯ୍ୟ ନିଆଯାଇଥିଲା। ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନ ଝାରସୁଗୁଡ଼ା ଆସି ନବଙ୍କୁ ଭୁବନେଶ୍ବର ନେଇଥିଲା ଓ ଦୀର୍ଘ ଘଣ୍ଟା ଆଲୋଚନା ପରେ କିଶୋର ମହାନ୍ତିଙ୍କୁ ପରିଶେଷରେ ବ୍ରଜରାଜନଗର ଆସନ ଦେବାକୁ ସ୍ଥିର ହୋଇଥିଲା। ଅନ୍ୟତମ ଦାବିଦାର ଅନୁପ ସାଏଙ୍କୁ ଦଳ ରାଜ୍ୟସଭାକୁ ପଠାଇବ ବୋଲି ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ବୁଧବାର ଆନୁଷ୍ଠାନିକ ଭାବରେ ଏହା ଘୋଷଣା ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। କିଶୋରଙ୍କୁ ବ୍ରଜରାଜନଗରରେ ପ୍ରାର୍ଥୀ କରାଯିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ବେଳେ ଅନୁପଙ୍କ ଶିବିରରେ ନୈରାଶ୍ୟ ଦେଖା ଦେଇଛି। ତେବେ ଆନୁଷ୍ଠାନିକ ଘୋଷଣା ନହେବା ପର୍ଯ୍ୟନ୍ତ କେହି ଏହି ଖବରକୁ ଗ୍ରହଣ କରିବା ମୁଡ଼୍‌ରେ ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର