ଅମ୍ଲଜାନର ଅଭାବ ଦୂର କରିବା ପାଇଁ ଦିଲ୍ଲୀରେ ତିଆରି ହେବ ୪୪ଟି ପ୍ଲାଣ୍ଟ, ୨୧ଟି ପ୍ଲାଣ୍ଟ ଦେବ ଫ୍ରାନ୍ସ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଥାଇଲାଣ୍ଡରୁ ୧୮ଟି କ୍ରାୟୋଜେନିକ୍ ଟ୍ୟାଙ୍କର୍ ଏବଂ ଫ୍ରାନ୍ସରୁ ୨୧ଟି ପ୍ରସ୍ତୁତ ଅମ୍ଳଜାନ କାରଖାନା ଆମଦାନୀ କରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ଜୀବନ ରକ୍ଷାକାରୀ ଅମ୍ଳଜାନର ଘୋର ଅଭାବ ଦେଖାଦେଇଥିବା ବେଳେ ଏହାକୁ ତୁରନ୍ତ ଦୂର କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ମାସରେ ଦିଲ୍ଲୀ ସରକାର ବିଭିନ୍ନ ଡାକ୍ତରଖାନାରେ ୪୪ଟି ଅମ୍ଳଜାନ କାରଖାନା ସ୍ଥାପନ କରିବେ, ଯେଉଁଥିରେ ୨୧ଟି ଫ୍ରାନ୍ସରୁ ଆମଦାନୀ ହେବ। ଏପ୍ରିଲ ୩୦ସୁଦ୍ଧା କେନ୍ଦ୍ର ଆଠଟି ଅମ୍ଳଜାନ କାରଖାନା ସ୍ଥାପନ କରିବ। ଏହା ସହ କେନ୍ଦ୍ର ଦିଲ୍ଲୀକୁ ୫ଟି ଅମ୍ଲଜାନ ଟ୍ୟାଙ୍କର ଯୋଗାଇଥିବା  ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ଭର୍ଚୁଆଲ ବୈଠକରେ କହିଛନ୍ତିି।

Coronavirus India LIVE Updates | Covid 19 Death Rate in India Today US UK  Pakistan help India - India Today
India Today

ଏହା ସହ ସେ କହିଛନ୍ତି ଯେ, ଦିଲ୍ଲୀ ସରକାର ଥାଇଲାଣ୍ଡରୁୁ ଅମ୍ଲଜାନ ଟ୍ୟାଙ୍କର ଆଣିବା ପାଇଁ ଭାରତୀୟ ବାୟୁସେନା ବିମାନ ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛି। ବୁଧବାର ସୁଦ୍ଧା ଅମ୍ଲଜାନ ଟ୍ୟାଙ୍କର ଦିଲ୍ଲୀରେ ପହଞ୍ଚିବ। ଅମ୍ଲଜାନ ଟ୍ୟାଙ୍କର ପହଞ୍ଚିବା ପରେ ଦିଲ୍ଲୀରେ ଦେଖାଦେଇଥିବା ଅମ୍ଲଜାନର ଅଭାବ ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତିି।

ସମ୍ବନ୍ଧିତ ଖବର