ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ମେଡାଲ

ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜୟବାଡ଼ ଗ୍ରାମରେ ଜନ୍ମିତ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ୨୦୨୧ ଫେବ୍ରୁଆରି ୧ ତାରିଖରେ ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚଣ୍ଡିପ୍ରସାଦ ବଗାସାହି ଉଚ୍ଚ ପ୍ରାଥମିକ ଶିକ୍ଷା ପରେ ଡେରାଡୁନର ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରି କଲେଜରେ ଅଧ୍ୟୟନ କରିବା ସହ ନ୍ୟାସନାଲ ଡିଫେନ୍ସ ଏକାଡେମି (ଏନ୍‌ଡିଏ)ରେ ତାଲିମ ପାଇଥିଲେ। ୱେଲିଙ୍ଗଟନ୍‌ସ୍ଥିତ ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପରେ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଓ ଏମ୍‌ଫିଲ୍‌ ଡିଗ୍ରି ହାସଲ କରିବା ସହ ଚୀନ୍, ଦକ୍ଷିଣ ଏସିଆ ଓ ଭାରତର ଉତ୍ତରପୂର୍ବାଞ୍ଚଳ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ଚଣ୍ଡିପ୍ରସାଦ ୧୯୮୨ ମସିହା ଜୁନ ମାସରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବରେ ସେନାରେ ଯୋଗ ଦେଇଥିଲେ। ୨୦୧୭ ମସିହାରେ ଡୋକଲାମ ଘଟଣା ପରେ, ସେ ଇଷ୍ଟର୍ଣ୍ଣ କମାଣ୍ଡରେ ନେତୃତ୍ୱ ନେଇଥିଲେ ଏବଂ ପରେ ବରେଲିଠାରେ ଉତ୍ତର ଭାରତ କ୍ଷେତ୍ରର ଜିଓସି ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କ ପିତା ଜିତେନ୍ଦ୍ର ମହାନ୍ତି ଜଣେ ପ୍ରଶାସନିକ ସେବା ଅଧିକାରୀ ଏବଂ ମା ସାରଦା ମହାନ୍ତି ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ଥିଲେ।

ସମ୍ବନ୍ଧିତ ଖବର