ଦିଲ୍ଲୀ କ୍ୟାନ୍‌ସର ହସ୍ପିଟାଲ୍‌ ସିଲ୍‌, ୧୮ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ଆକ୍ରାନ୍ତ

ନୂଆଦିଲ୍ଲୀ: ଡିଏସ୍‌ସିଆଇ (ଦିଲ୍ଲୀ ଷ୍ଟେଟ୍‌ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌)ର ୨ ଜଣ ଡାକ୍ତର ଏବଂ ୧୬ ନର୍ସିଂ ଷ୍ଟାଫ୍‌ଙ୍କ ସମେତ ୧୮ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ଆକ୍ରାନ୍ତ ହେବାପରେ ହସ୍ପିଟାଲ୍‌ ବନ୍ଦ କରିଦିଆଯାଇଛି। ହସ୍ପିଟାଲ୍‌ରେ ଥିବା ୧୯ ଜଣ ରୋଗୀଙ୍କୁ ମଧ୍ୟ ଅନ୍ୟ ଏକ ହସ୍ପିଟାଲ୍‌କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିଏସ୍‌ସିଆଇର ମେଡିକାଲ ଅଧିକ୍ଷକ ଡ. ବିଏଲ୍‌ ଶେରୱାଲ୍‌ କହିଛନ୍ତି, ହସ୍ପିଟାଲ୍‌ରେ ଥିବା ୧୯ କର୍କଟ ରୋଗୀଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବାପାଇଁ ଯୋଜନା ହୋଇଛି। ହସ୍ପିଟାଲ୍‌କୁ ସଂକ୍ରମଣ ମୁକ୍ତ କରିବାପାଇଁ ଏବେ ହସ୍ପିଟାଲ୍‌ ବନ୍ଦ ରହିଛି। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ୧୯ ‌ରୋଗୀଙ୍କର କରୋନା ପରୀକ୍ଷା ପରେ ସେମାନଙ୍କୁ ଅନ୍ୟ ଘରୋଇ ହସ୍ପିଟାଲ୍‌ ପଠାଯିବ ବୋଲି ସେ କହିଛନ୍ତି। ସେହିପରି ହସ୍ପିଟାଲ୍‌ରେ ସଂକ୍ରମିତ ହୋଇଥିବା ଡାକ୍ତର ଏବଂ ନର୍ସ‌୍‌ମାନଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ଏବଂ ସେମାନଙ୍କର ଉତ୍ତମ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି। ଗତ ସପ୍ତାହରେ ଏହି ହସ୍ପିଟାଲ୍‌ରେ ପ୍ରଥମେ ଜଣେ ଡାକ୍ତର ଭାଇରସ୍‌ ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧିତ ଖବର