ପାଲଘର ରାସାୟନିକ କାରଖାନାରେ ନିଆଁ ; ୩ ମୃତ, ୧୨ ଆହତ

ପାଲଘର : ମହାରାଷ୍ଟ୍ରର ପାଲଘରଠାରେ ଥିବା ଏକ ରାସାୟନିକ କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।

ପାଲଘର ଜିଲ୍ଲାର ବୋଇସର ଏମଆଇଡିସି ଅଞ୍ଚଳରେ ବଏଲର ବିସ୍ଫୋରଣ ହେବାରୁ ଉକ୍ତ ରାସାୟନିକ କମ୍ପାନୀରେ ନିଆଁ ଲାଗିଯାଇଥିଲା ।

ପୁଲିସ ପକ୍ଷରୁ କୁହାଯାଇଛି ଯେ ଅପରାହ୍ଣ ୪ଟା ୧୫ ମିନିଟ୍ ବେଳେ ସହରର ତାରାପୁର-ବୋଇସର ଅଂଚଳରେ ଥିବା ଭାଗେରିଆ ଇଣ୍ଡଷ୍ଟ୍ରିଜର ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିଲା ।

ଏହି ଘଟଣା ସଂପର୍କରେ ପାଲଘର ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ, “ପାଲଘର ଜିଲ୍ଲାର ବୋଇସର ଏମଆଇଡିସି ଅଞ୍ଚଳରେ ବଏଲର ବିସ୍ଫୋରଣ ହେତୁ ଏକ ରାସାୟନିକ କମ୍ପାନୀରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଦେଇଛନ୍ତି । ତେବେ ଏବେବି ନିଆଁଘେରରେ ଅନେକ ଲୋକ ଫସି ରହିଥିବା କୁହାଯାଉଛି ।

ଉଦ୍ଧାରକାରୀ ଦଳ ପକ୍ଷରୁ  ଆହତ ଓ ଅନ୍ୟମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ କାରଖାନାର ନିୟମିତ ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ଏକ ବଏଲରରେ ବିସ୍ଫୋରଣ ହୋଇଥିଲା । ବଏଲର ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା କିଛି କିଲୋମିଟର ଦୂରକୁ ଶୁଣାଯାଇଥିଲା ।

 

ସମ୍ବନ୍ଧିତ ଖବର