ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ମୃତ

ନୂଆଦିଲ୍ଲୀ: ଭୁଟାନରେ ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ଫଳରେ ଦୁଇଜଣ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଜଣେ ଭାରତୀୟ ପାଇଲଟ୍‌ ଏବଂ ତାଙ୍କ ସହ ତାଲିମରେ ଥିବା ଜଣେ ଭୁଟାନ ପାଇଲଟ୍‌ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ପ୍ରକାଶ। ଏହି ଦୁଇ ପାଇଲଟ୍‌ ହେଲେ ଲେପ୍ଟନାଣ୍ଟ କର୍ନେଲ୍‌ ରାଜନୀଶ ପରମର (ଭାରତୀୟ ସେନା ) ଏବଂ କ୍ୟାପଟେନ୍‌ କଲଜଙ୍ଗ୍‌ ୱାଙ୍ଗଢ଼ି (ଭୁଟାନ୍‌)। ଭାରତୀୟ ସେନା ମୁଖପାତ୍ର କର୍ନେଲ୍‌ ଅମନ ଆନନ୍ଦ କହିଛନ୍ତି, ଆଜି ଅପରାହ୍ନ ପ୍ରାୟ ୧ଟା ସମୟରେ ଭୁଟାନ୍‌ର ୟୋନ୍‌ଫୁଲ୍ଲା ସ୍ଥିତ ଖେଣ୍ଟୋଙ୍ଗ୍‌ମାନି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଅରୁଣାଚଳର ଖିର୍ମୁରୁ ଘାଟିରୁ ଭୁଟାନ୍‌ର ୟୋଙ୍ଗ୍‌ଫୁଲ୍ଲାକୁ ଯାତ୍ରା କରିଥିବା ଏହି ହେଲିକପ୍ଟର ସହ ଦିନ ୧ଟା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେନା ଦ୍ବାରା ତୁରନ୍ତ ସର୍ଚ୍ଚ‌୍ ଅପରେସନ୍‌ ଆରମ୍ଭ ହୋଇ ହେଲିକପ୍ଟରର ଭଗ୍ନାବଶେଷ ଠାବ କରାଯାଇଛି।

ସମ୍ବନ୍ଧିତ ଖବର