ହିମାଚଳ ପ୍ରଦେଶ : ପରମ୍ପରା ଭାଙ୍ଗିପାରେ ବିଜେପି

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଏଥର ବିଜେପି ପରମ୍ପରା ଭାଙ୍ଗିବାର ସମ୍ଭାବନା ରହିଛି । ପୂର୍ବରୁ ଏହି ରାଜ୍ୟରେ କୌଣସି ଗୋଟିଏ ଦଳ ଲଗାତାର ଦୁଇଥର କ୍ଷମତାରେ ରହିପାରୁନଥିଲେ । କିନ୍ତୁ ରାଜ୍ୟବାସୀ ଏଥର ବିଜେପିକୁ ରିପିଟ୍ କରିବାର ସମ୍ଭାବନା ରହିଛି ।

ଆଜି ପ୍ରକାଶିତ ଅଧିକାଂଶ ଏକଜିଟ ପୋଲରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । କିନ୍ତୁ ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ବିଜେପିକୁ ସାମାନ୍ୟ ଆଗୁଆ ଦେଖାଯାଉଛି ।

ରିପବ୍ଲିକର ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି । ବିଜେପିକୁ ୩୪ର ୩୯ଟି ଓ କଂଗ୍ରେସକୁ ୨୮ରୁ ୩୩ଟି ଆସନ ମିଳିବାର ସମ୍ଭାବନା ରହିଛି । ଇଣ୍ଡିଆ ଟିଭିର ରିପୋର୍ଟ ଅନୁସାରେ ବିଜେପିକୁ ୩୫ରୁ ୪୦ଟି ଓ କଂଗ୍ରେସକୁ ୨୬ରୁ ୨୧ଟି ଆସନ ମିଳିବାର ସମ୍ଭାବନା ରହିଛି । ଆଜକତ୍ ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପିକୁ ୨୪ରୁ ୩୪ଟି ଓ କଂଗ୍ରେସକୁ ୩୦ରୁ ୪୦ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଜିନ୍ୟୁଜର ରିପୋର୍ଟ ଅନୁସାରେ ହିମାଚଳରେ ବିଜେପିକୁ  ୪୪ଟି ଓ କଂଗ୍ରେସକୁ ୨୧ଟି  ଆସନ ମିଳିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର