ଟଙ୍କିକିଆ କଏନ୍‌ ନେଇ ନାମାଙ୍କନ ପତ୍ର କିଣିବାକୁ ପହଞ୍ଚିଲେ ପ୍ରାର୍ଥୀ

ରାଞ୍ଚି: ଝାଡ଼ଖଣ୍ଡର ଗଢ଼ବା ବିଧାନସଭା କ୍ଷେତ୍ରରେ ନାମାଙ୍କନ ପତ୍ର କିଣିବାକୁ ଜଣେ ବିଧାୟକ ପ୍ରାର୍ଥୀ ଟଙ୍କିକିଆ କଏନ୍‌ ନେଇ ପହଞ୍ଚିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଏନ୍‌ର ପରିମାଣ ଏତେ ଥିଲା ଯେ, ଏହାକୁ ଗଣିବାକୁ ନିର୍ବାଚନ ଅଧିକାରୀ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶିବସେନା ପ୍ରାର୍ଥୀ ମନୀଷ କୁମାର ଗୁପ୍ତା ଗଢ଼ବା ବିଧାନସଭା କ୍ଷେତ୍ର ପାଇଁ ନାମାଙ୍କନ ପତ୍ର କିଣିବାକୁ ପହଞ୍ଚିଥିଲେ। ନାମାଙ୍କନ ପତ୍ର କିଣିବାକୁ ୧୦ ହଜାର ଟଙ୍କା ଅର୍ଥ ଦେବାକୁ ଥିଲା। ଏହି ଦଶ ହଜାର ଟଙ୍କା ମଧ୍ୟରୁ କେବଳ ୬ ହଜାର ୩୦୦ ଟଙ୍କାର ଟଙ୍କିକିଆ କଏନ୍‌ ଥିଲା। ପ୍ରଥମେ ଯେତେବେଳେ ଏହି କଏନ୍‌ ଭର୍ତ୍ତି ବ୍ୟାଗକୁ ସେ ଅଧିକାରୀଙ୍କୁ ଦେଖାଇଥିଲେ ଏହାକୁ ନେବାକୁ ଅଧିକାରୀ ଜଣକ ମନା କରିଦେଇଥିଲେ। ପରେ କିନ୍ତୁ ରିଟର୍ଣ୍ଣିଂ ଅଫିସରଙ୍କ ନିର୍ଦ୍ଦେଶ ପରେ ମନୀଷଙ୍କର ଏହି ସବୁ କଏନ୍‌କୁ ଅଧିକାରୀ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର