ଅନ୍‌ଲାଇନ୍‌ କ୍ଲାସ ବେଳେ ମା’ର ହତ୍ୟା ଦେଖିଲା ଛାତ୍ରୀ

ୱାସିଂଟନ : ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବାବେଳେ ଜଣେ ୧୦ ବର୍ଷୀୟା ଛାତ୍ରୀଙ୍କୁ ନିଜ ମା’ର ହତ୍ୟାକାଣ୍ଡ ଦେଖିବାକୁ ପଡ଼ିଛି। ଫ୍ଲୋରିଡାର ଜଣେ ବ୍ୟକ୍ତି ଡୋନାଲ୍‌ଡ ୱିଲିୟମ (୨୭) ନିଜର ପୂର୍ବତନ ବାନ୍ଧବୀ ମାରିବେଲ ରୋସାଡୋ ମୋରାଲେ (୩୨)ଙ୍କୁ ଗୁଳିକରି ହତ୍ୟା କରିବାବେଳେ ତାଙ୍କର ୧୦ ବର୍ଷୀୟା ଝିଅ ସେତେବେଳେ ଅନ୍‌ଲାଇନରେ କ୍ଲାସ୍‌ କରୁଥିଲେ। ଏହି ହତ୍ୟାକାଣ୍ଡ ଘଟଣା ଅନ୍‌ଲାଇନ୍‌ କ୍ଲାସ୍‌କୁ ପ୍ରଭାବିତ କରିଥିଲା। ଗୁଳି ଶବ୍ଦ ଶୁଣାଯିବା ପରେ କ୍ଲାସ ନେଉଥିବା ଶିକ୍ଷକ ଭିଡିଓକୁ ମ୍ୟୁଟ୍‌ କରି ଦେଇଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ୱିଲିୟମଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର