ସ୍କୁଲ ଖୋଲିବା ପରେ ଟିଫିନ ବାଡେଇ ଖୁସି ହେଉଥିଲା ଛାତ୍ର; ଶିକ୍ଷକଙ୍କ ଚାପୁଡ଼ା ମାଡ଼ରେ ହେଲା ଗୁରୁତର

କୋଲକାତା: ପଶ୍ଚିମବଙ୍ଗ ହୁଗଳି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଉତ୍ତରପାଡ଼ାର ଅମରେନ୍ଦ୍ର ବିଦ୍ୟାପୀଠରେ ଜଣେ ଦଶମଶ୍ରେଣୀ ଛାତ୍ର ଦୀର୍ଘଦିନ ପରେ ସ୍କୁଲ ଖୋଲିବା ହେତୁ ଖୁସି ହୋଇଯାଇଥିଲା। ଆଉ ଖେଳ ଛୁଟିରେ ଟିଫିନ ବଜାଇ ଖୁସି ହେଉଥିଲା। ଏହି ସମୟରେ ଶିକ୍ଷକ ଉକ୍ତ ଛାତ୍ରକୁ ଚାପୁଡ଼ା ମାରିଥିଲେ। ଏହାର ଅଭିଯୋଗ ନେଇ ଛାତ୍ର ଜଣକ ସ୍କୁଲର ପ୍ରିନସପାଲଙ୍କ ପାଖକୁ ଯାଇଥିଲା। ଯେମିତି ହିଁ ସେ ପ୍ରିନ୍ସପାଲଙ୍କ କଠୋରୀରୁ ବାହାରିଥିଲା ଛାତ୍ରକୁ ଉକ୍ତ ଶିକ୍ଷକ ପୁଣିଥିରେ କାନମୂଳରେ ଶକ୍ତ ଚାପୁଡ଼ା ପକାଇଥିଲେ।

ଶିକ୍ଷକଙ୍କ ଚାପୁଡ଼ାରେ ଛାତ୍ରର କାନମୂଳରେ ଯନ୍ତ୍ରଣା ହୋଇଥିଲା। ସେ ଘରେ ପହଞ୍ଚି ନିଜ ପିତା-ମାତାଙ୍କୁ ଏବିଷୟରେ ଜଣାଇବା ପରେ ସେମାନେ ତୁରନ୍ତ ପୁଅକୁ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତର ଛାତ୍ରର ଚିକିତ୍ସା କରିବା ପରେ ୬ରୁ୮ ସପ୍ତାହ ନୀରିକ୍ଷଣରେ ରଖିବେ ବୋଲି କହିଛନ୍ତି।
ଉକ୍ତ ଶିକ୍ଷକ ଗୌତମ ରୁଇଦାସ ବିରୋଧରେ ଛାତ୍ର ସୁଭୋଜିତ ମନ୍ନାଙ୍କ ପରିବାରଲୋକ ଉତ୍ତରପାଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଏହି ଘଟଣାକୁ ନେଇ ଶିକ୍ଷକ ଗୌତମ ରୁଇଦାସ  କହିଛନ୍ତି, ତାଙ୍କର ଛାତ୍ର ସୁଭୋଜିତ ମନ୍ନା ସହିତ କୌଣସି ଶତ୍ରୁତା ନାହିଁ। ସେ ଶ୍ରେଣୀଗୃହରେ ବିଶୃଙ୍ଖଳା ହେଉଥିବାରୁ ତାକୁ ଶାସନ ପାଇଁ ଏପରି ଚାପୁଡ଼ା ପକାଇଥିଲେ।

ତେବେ ନିଜ ବିବାହକୁ ନେଇ ନୁସରତ କହିଥିଲେ, ୨୦୧୯ ରେ ତୁର୍କୀରେ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କର ବିବାହ ହୋଇଥିଲା। ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ।  ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ସେମାନେ ବିବାହ କରିଥିଲେ ତେଣୁ ଭାରତରେ ଏହା ବେଆଇନ। ଏହା ଅନ୍ୟ ଧର୍ମରେ ବିବାହର ମାମଲା ସେଥିପାଇଁ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ପଞ୍ଜିକରଣ ହୋଇଥାନ୍ତା ଯାହା ହୋଇ ନଥିଲା। ସେହି ଦୃଷ୍ଟିକୋଣରୁ ଏହା ବିବାହ ନୁହେଁ ଲିଭ-ଇନ-ରିଲେସନସିପ ବୋଲି କହିଛନ୍ତି ନୁସରତ।

ସମ୍ବନ୍ଧିତ ଖବର