ପ୍ରଶାନ୍ତ ମହାସାଗରରେ ଜାହାଜ ବୁଡ଼ିବାରୁ ୧୧ ଭାରତୀୟ ନିଖୋଜ
ଟେକିଓ: ଫିଲିପାଇନ୍ସ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଜାହାଜ ବୁଡ଼ିବାରୁ ୧୧ ଜଣ ନିଖୋଜ ଥିବା ଜଣାପଡ଼ିଛି। ଜାପାନର ତଟରକ୍ଷୀ ବାହିନୀ ଶୁକ୍ରବାର ଏହି ସୂଚନା ଦେଇଛି। ୩୩,୨୦୫ ଟନ ନେଇ ମାଲ୍ ନେଇ ଯାଉଥିବା ଜାହାଜ ‘ଇମିରାଲାର୍ଡ ଷ୍ଟାର’ରେ ୨୬ଜଣ ଭାରତୀୟ ସଦସ୍ୟ ଯାଉଥିଲେ। ହଙ୍ଗକଙ୍ଗ ଯାଉଥିବା ଜାହାଜ ଫିଲିପାଇନ୍ସ ଉତ୍ତର ଉପକୂଳରରୁ ୨୮୦ କିଲୋମିଟର ଦୂରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦୁର୍ଘଟଣା ସମୟରେ ଇମିରାଲାର୍ଡ ଷ୍ଟାର ନିକଟରେ ଅନ୍ୟ ୩ଟି ଜାହାଜ ଯାଉଥିଲା। ସଙ୍କେତ ମିଳିବା ପରେ ୩ଟି ଜାହାଜରେ ଥିବା ସଦସ୍ୟମାନେ ୧୫ଜଣଙ୍କୁ ଉଦ୍ଧାର କରିଛନ୍ତି। ମାତ୍ର ୧୧ ଭାରତୀୟଙ୍କ ପତ୍ତା ମିଳିପାରି ନାହିଁ।