୧୨୦ ଜଣ ପାଇବେ ନିଜାମଙ୍କ ସଂପତ୍ତି

ନୂଆଦିଲ୍ଲୀ : ଲଣ୍ଡନର ନାଟେଓ୍ଵଷ୍ଟ ବ୍ୟାଙ୍କରେ ଗଚ୍ଛିତ ଥିବା ହାଇଦ୍ରାବାଦ ନିଜାମଙ୍କ ପ୍ରାୟ ୩୫ ନିୟୁତ ପାଉଣ୍ଡ (୩୦୬ କୋଟି ଟଙ୍କା ) ନିଜାମଙ୍କ ଉତ୍ତରାଧିକାରୀମାନେ ପାଇବେ ବୋଲି ଗତ କାଲି ବ୍ରିଟିଶ ହାଇକୋର୍ଟ ରାୟ ଶୁଣାଇଥିଲେ । ଏହା ପରେ କେଉଁମାନେ ଏହି ସଂପତ୍ତି ପାଇବେ ତାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସଂପତ୍ତି ଶେଷ ନିଜାମ ମୀର ଓସମାନ ଅଲ୍ଲି ଖାଁଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟାଯିବ । ଏମାନଙ୍କ ମଧ୍ୟରେ ଅଛନ୍ତି ନିଜାମଙ୍କ ନାତି ମୁକରମ ଜା, ମୁଫାଖମ ଜା ଓ ୧୨୦ ଜଣ ଅନ୍ୟ ବଂଶଧର । ଏହା ସହିତ ଭାରତ ସରକାର ମଧ୍ୟ ଏକ ଭାଗ ପାଇବେ ।

ପ୍ରାୟ ୭୦ ବର୍ଷ ଧରି ଏହି ମାମଲା ବ୍ରିଟିଶ କୋର୍ଟରେ ଚାଲିଥିଲା । ବୁଧବାର ଦିନ ବ୍ରିଟିଶ ହାଇକୋର୍ଟ ନିଜାମଙ୍କ ପକ୍ଷରେ ରାୟ ଶୁଣାଇଥିଲେ । ୭୦ ବର୍ଷ ତଳେ ନିଜାମ ରଖିଥିବା  ୧ ନିୟୁତ ପାଉଣ୍ଡର ମୂଲ୍ୟ ଏବେ ୩୫ ନିୟୁତ ପାଉଣ୍ଡ ।

ସମ୍ବନ୍ଧିତ ଖବର