ଡାଇମଣ୍ଡ ପ୍ରିନ୍ସେସରେ ଥିବା ୧୩୮ ଭାରତୀୟଙ୍କୁ ଉଦ୍ଧାର କରିବା ଏବେ ସମ୍ଭବ ନୁହେଁ : ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଜାପାନ ଉପକୂଳରେ ଅଟକି ରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ପ୍ରାୟ ୧୩୮ ଜଣ ଭାରତୀୟମାନଙ୍କୁ ଉଦ୍ଧାର କରିହେବ ନାହିଁ । ଜାପାନ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି । କିନ୍ତୁ ଅନ୍ୟ ମାନଙ୍କୁ ଯେପରି କରୋନା ଭାଇରସ ନ ବ୍ୟାପେ ସେଥିଲାଗି ସେମାନଙ୍କୁ ଅଲଗା ରଖାଯାଇଛି । ଏଣୁ ସେମାନଙ୍କୁ ମୁକ୍ତ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

ଗୁରୁବାରଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଜାପାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜାହାଜରେ ଥିବା ଲୋକମାନଙ୍କୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅଲଗା ରଖାଯିବ । ଏ ପରିସ୍ଥିତିରେ ଆମେ କେବଳ ଆମ ଲୋକଙ୍କୁ ଉଦ୍ଧାର କରିବାକୁ ଜାପାନ ସରକାରଙ୍କୁ କହିପାରିବା ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ଡାଇମଣ୍ଡ ପ୍ରିନସେସ୍‌ରେ ଫସି ରହିଥିବା ମୋଟ ୩୭୧୧ ଲୋକଙ୍କ ମଧ୍ୟରୁ ୨୧୮ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ବୋଲି ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି । ଏହି ୨୧୮ ଜଣ ସଂକ୍ରମିତ ଲୋକଙ୍କ ମଧ୍ୟରେ ୨ ଭାରତୀୟ ଥିବା ଜଣାଯାଇଛି ।
ଆଜି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ଵିଟ କରି କହିଥିଲେ ଯେ ଡାଇମଣ୍ଡ ପ୍ରିନସେସରେ ଥିବା ଭାରତୀୟ ମାନଙ୍କ ସହ ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ ରକ୍ଷା କରାଯାଉଛି ଓ ସେମାନଙ୍କୁ ଆବଶ୍ୟକ ସହାୟତା କରାଯାଉଛି ।

ସମ୍ବନ୍ଧିତ ଖବର