ନକଲି କରୋନାଭାଇରସ୍‌ କ୍ଲିୟରାନ୍ସ ସାର୍ଟିଫିକେଟ ଦେଖାଇ ୧୪ଜଣ ତୀର୍ଥଯାତ୍ରୀ ପାକିସ୍ତାନରେ ପହଞ୍ଚିଲେ

ନୂଆଦିଲ୍ଲୀ: କରୋନାଭାଇରସ୍‌ରେ ଚୀନ ପରେ ଯଦି କୌଣସି ଦେଶ ପ୍ରଭାବିତ ହେଉଛି ତେବେ ସେହି ଦେଶଟି ହେଉଛି ଇରାନ୍‌। ଇରାନ୍‌ରେ ଏଯାବତ୍‌ କରୋନାଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୪୨୯ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ରେ ପହଞ୍ଚିଛି। ଭାରତ ପରେ ପାକିସ୍ତାନ ବି ନିଜ ଲୋକଙ୍କୁ ଇରାନ୍‌ରୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଆଜି ୧୪ଜଣ ପାକିସ୍ତାନ ତୀର୍ଥଯାତ୍ରୀ ନକଲି କରୋନାଭାଇରସ୍‌ କ୍ଲିୟରାନ୍ସ ସାର୍ଟିଫିକେଟ ଦେଖାଇ ପାକିସ୍ତାନ ଭିତରେ ପ୍ରବେଶ କରି ଯାଇଛନ୍ତି। ଏମିତିରେ ସେଠାରେ କରୋନାଭାଇରସ୍‌  ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ରହିଥିବା କୁହାଯାଉଛି।

ଏପଟେ ଇରାନ୍‌ରେ ଫସିଥିବା ୫୮ଜଣ ଭାରତୀୟଙ୍କୁ ଉଦ୍ଧାର କରି ଗାଜିଆବାଦର ହିଣ୍ଡନ୍ ସାମରିକ ବିମାନଘାଟିରେ ପହଞ୍ଚାଯାଇଛି। ଏଥିମଧ୍ୟରୁ ଅନେକ ଜଣ ତୀର୍ଥରେ ଯାଇଥିବା ଜଣାପଡ଼ିଛି। ଇରାନ୍‌ରେ ଭାରତୀୟ ନାଗରିକଙ୍କ ମଧ୍ୟରେ ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ/ ଓ ମତ୍ସ୍ୟଜୀବୀ ସାମିଲ ରହିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏମ୍ସର ଏକ ଡାକ୍ତରୀ ଟିମ୍‌ଙ୍କୁ ସେଠାକୁ ପଠାଯାଇଛି।

Image result for 14-pakistani-pilgrims-coming-back-from-iran-produce-fake-coronavirus-clearance-certificates
Navbharat Times

ଭାରତ ନିଜ ଲୋକଙ୍କ ସୁରକ୍ଷା ପାଇଁ ସେଠାରେ ମନିଟରିଙ୍ଗ ସେଣ୍ଟର ବିି ଖୋଲିଛି। ସେଠାରେ ଫସିଥିବା ଭାରତୀୟଙ୍କୁ ପ୍ରଥମେ ଯାଞ୍ଚ କରାଯାଉଛି। ଯାଞ୍ଚ ରିପୋର୍ଟକୁ ଆଧାର କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଜେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହି ଘଟଣା ଉପରେ କଡ଼ା ନଜର ରଖିଛନ୍ତି। ସେ ଗତ ସୋମବାର ଶ୍ରୀନଗର ଗସ୍ତ କରି ଇରାନ୍‌ରେ ଫସିଥିବା କଶ୍ମୀର ଛାତ୍ରଛାତ୍ରୀଙ୍କ ପିତା-ମାତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୃତି ଦେଇଛନ୍ତି।

ସମ୍ବନ୍ଧିତ ଖବର