ମିଜୋରାମରେ ପଥର ଖଣି ଭୁଶୁଡ଼ି ୧୫ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ  : ମିଜୋରାମର ନହଥିୟାଲ ଜିଲ୍ଲା ଅଧୀନ ମୌଦଡ଼ ଗ୍ରାମରେ ସୋମବାର ଦିନ ଏକ ପଥର ଖଣି ଭୁଶୁଡ଼ି ପଡ଼ିବା ଫଳରେ ୧୫ ଜଣ ଶ୍ରିମକଙ୍କ ମୃତ୍ୟୁ ହୋଇଯାଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଶ୍ରମିକମାନେ ବହୁ ଗଭୀର ପର୍ଯ୍ୟନ୍ତ ପଥର ଖୋଳିଥିଲେ। ଫଳରେ ସମଗ୍ର ପାହାଡ଼ ସେମାନଙ୍କ ଉପରେ ଧସି ଯାଇଥିଲା। ଅପରାହ୍ନରେ ଖାଇବାପରେ ଶ୍ରମିକମାନେ କାମ ଆରମ୍ଭ କରିବା ସମୟ‌ରେ ଏହି ଦୁର୍ଘଟଣା ହୋଇଥିଲା। ସେମାନଙ୍କ ମଧ୍ୟରୁ ସମ‌ସ୍ତେ ପ୍ରବାସୀ ଶ୍ରମିକ ବୋଲି ଜଣାପଡ଼ିଛି। ସମସ୍ତେ ପଥର ତଳେ ପୋତି ହୋଇଯାଇଛନ୍ତି। ପଥର ଧସିବା ଯୋଗୁଁ ୫ଟି ହିଟାଚି ଏକ୍ସକାଭେଟର ଏବଂ ଏକ ଡ୍ରିଲିଂ ମେସିନ ମଧ୍ୟ ପୋତି ହୋଇଯାଇଛି।

ୱାଇଏମଏ (ୟଙ୍ଗ ମିଜୋ ଆସୋସିଏସନ୍‌)ର ସଚିବ ଭାନଲାଲଜୁଇ କହିଛନ୍ତି, ପ୍ରଥମେ ଗୋଟିଏ କିମ୍ବା ୨ଟି ପଥର ଧସିବା ପରେ ଅନ୍ୟ ଶ୍ରମିକମାନେ ସ୍ଥାନ ଛାଡ଼ି ପଳାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ୧୫ ଜଣ ଯାଇ ପାରିନଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ପଥର ତଳୁ ଏଯାବତ କୌଣସି ମୃତଦେହ ଉଦ୍ଧାର କରାଯାଇନି।

ସମ୍ବନ୍ଧିତ ଖବର