ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୧୫ ବର୍ଷୀୟ ଖ୍ରୀଷ୍ଟିଆନ୍‌ ଝିଅକୁ ବଳପୂର୍ବକ ଇସ୍‌ଲାମ୍‌ ଦୀକ୍ଷିତ କଲେ ଶିକ୍ଷୟିତ୍ରୀ

ଲାହୋର: ପଞ୍ଜାବ ପ୍ରଦେଶରେ ଜଣେ ୧୫ ବର୍ଷୀୟ ଖ୍ରୀଷ୍ଟିଆନ୍‌ ଝିଅକୁ ତା’ର ଶିକ୍ଷକ ଜବରଦସ୍ତି ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇଛନ୍ତି।

ଝିଅର ବାପା ମୁଖ୍‌ତାର୍‌ ମାସିଙ୍କ ଅଭିଯୋଗ ଆଧାରରେ, ଫୈରା ନାମ୍ନା ସେ ଝିଅଟିକୁ କୁଆଡ଼େ ତା’ର ପ୍ରିନ୍‌ସିପାଲ୍‌ ସଲିମା ବିବି ଶେଖ୍‌ପୁରା ସହରର ଗୋଟିଏ ସେମିନାରିକୁ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ।

ଫୈଜା ସେମିନାରିରେ ଥିବାବେଳେ ତାଙ୍କୁ ଭେଟିବାକୁ ତାଙ୍କର ବାପାମାଆଙ୍କୁ ଅନୁମତି ମିଳି ନ ଥିଲା। ପରେ ସେମାନେ ମାମଲା ପଞ୍ଜାବ ମନ୍ତ୍ରୀଙ୍କ ପାଖକୁ ନେବାରୁ ଏଫ୍‌ଆଇଆର୍‌ ଲଜ୍‌ କରାଯାଇଥିଲା।

ସୋମବାର ଦିନ ଧର୍ମାନ୍ତରୀକରଣ କରାଯାଇଥିଲା ଏବଂ ବୁଧବାର ଦିନ ଫୈଜାଙ୍କୁ ପୁଲିସ ଉଦ୍ଧାର କରିଥିଲା। ତାଙ୍କୁ ଦର୍‌ ଉଲ୍‌ ଅମନକୁ ନିଆଯାଇଛି। ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଜଣେ ୧୬ ବର୍ଷ ବୟସରେ ପଦାର୍ପଣ କଲେ ଯାଇ ପଞ୍ଜାବରେ ପ୍ରାପ୍ତବୟସ୍କ ମାନ୍ୟତା ପାଏ। ଯେହେତୁ ସେ ଝିଅର ବୟସ ୧୫ ଆଇନ ଅନୁସାରେ, ତାକୁ ତା’ର ପୂର୍ବ ଧର୍ମକୁ ଫେରାଇ ନେଇ ହେବ।

ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ପାକିସ୍ତାନରେ ତୃତୀୟ ବଳପୂର୍ବକ ଧର୍ମପରିବର୍ତ୍ତନ ଘଟଣା।

ସମ୍ବନ୍ଧିତ ଖବର