ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯

ନୂଆଦିଲ୍ଲୀ: ବୁଧବାର ସୁଦ୍ଧା ଭାରତରେ କରୋନଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ସୂଚନାରୁ ପ୍ରକାଶ। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୫ ଜଣ ବିଦେଶୀ ନାଗରିକ। ସମୁଦାୟ ୧୬୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇଛନ୍ତି।

କେବଳ ବୁଧବାର ଦିନ ଭାରତରେ ୨୭ ଜଣ ବ୍ୟକ୍ତି କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଆକ୍ରାନ୍ତମାନେ ଭାରତର ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବାସିନ୍ଦା। ଏମାନଙ୍କ ମଧ୍ୟରେ ଅଛନ୍ତି ତେଲେଙ୍ଗାନାର ୮ଜଣ, ମହାରାଷ୍ଟ୍ରର ୪ଜଣ, ରାଜସ୍ଥାନ ଓ କର୍ଣ୍ଣାଟକରୁ ୩ଜଣ ଲେଖାଁଏ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରୁ ୨ ଜଣ ଲେଖାଁଏ, ହରିୟାଣା, ଲଦାଖ, ଜମ୍ମୁ ଓ କଶ୍ମୀର, ଚଣ୍ଡିଗଡ଼ ଏବଂ ତାମିଲନାଡୁରୁ ୧ ଲେଖାଏଁ ଆକ୍ରାନ୍ତ ବ୍ୟକ୍ତି।

Image Source: Hindustan Times

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଗୁରୁବାର ସକାଳେ ଆନ୍ଧ୍ର ପ୍ରଦେଶରେ ଆଉ ଜଣେ ବ୍ୟକ୍ତି ଓ ମହାରାଷ୍ଟ୍ରରେ ଦୁଇଜଣ ବ୍ୟକ୍ତି ‘କୋଭିଡ୍‌-୧୯’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨ରେ ପହଞ୍ଚିଯାଇଛି। ଏ ପର୍ଯ୍ୟନ୍ତ କରୋନାଭାଇରସ୍‌ ଯୋଗୁଁ ଭାରତରେ ତିନିଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର