ଓଡ଼ିଶା ହାଇକୋର୍ଟରେ ୧,୭୧,୭୦୮ଟି ମାମଲା ବିଚାରାଧୀନ

ନୂଆଦିଲ୍ଲୀ :ଓଡିଶା ହାଇକୋର୍ଟରେ ୧,୭୧,୭୦୮ଟି ସିଭିଲ ଓ କ୍ରିମିନାଲ ମାମଲା ବିଚାରାଧୀନ ରହିଛି।

୫ ବର୍ଷରୁ କମ୍‌ ସମୟ ଅବଧିରେ ୬୨୨୨୯ ସିଭିଲ ମାମଲା ଓ ୩୧୦୧୬ କ୍ରିମିନାଲ ମାମଲା ବିଚାରାଧୀନ ଥିବାବେଳେ ୫ ରୁ ୧୦ ବର୍ଷ ଭିତରେ ୩୫୦୫୩ ସିଭିଲ୍ ଓ ୧୦୪୯୯ କ୍ରିମିନାଲ ମାମଲା ପଡ଼ିରହିଛି। ୨୧୭୧୩ ସିଭିଲ ଓ ୧୧୧୯୫ କ୍ରିମିନାଲ ମାମଲା ୧୦ ବର୍ଷରୁ ଅଧିକ ସମୟରୁ ବିଚାରାଧୀନ ରହିଛି। ଓଡ଼ିଶା ସମେତ ଦେଶର ୨୫ଟି ହାଇକୋର୍ଟରେ ସମୁଦାୟ ୫୬୬୯୯୬୦ଟି ସିଭିଲ ଓ କ୍ରିମିନାଲ ମାମଲା ବିଚାରାଧୀନ ରହିଛି। ସେହିଭଳି, ଓଡିଶାର ଜିଲ୍ଲା ଓ ନିମ୍ନ ଅଦାଲତମାନଙ୍କରେ ମୋଟ ୧୪୦୪୧୮୯ ମାମଲା ବିଚାରାଧୀନ ରହିଛି। ଏଥିରୁ ୨୮୭୫୦୩ ସିଭିଲ ଓ ୧୧୬୬୮୬ କ୍ରିମିନାଲ ମାମଲା ହାଇକୋର୍ଟ, ଜିଲ୍ଲା ଓ ନିମ୍ନ ଅଦାଲତମାନଙ୍କରେ ବିଚାରାଧୀନ ଥିବା ସଂପର୍କରେ ଆଜି ରାଜ୍ୟସଭାରେ କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏକ ଲିଖିତ ଉତ୍ତରରେ ସୂଚୀତ କରିଛନ୍ତି।

ସମ୍ବନ୍ଧିତ ଖବର