ଜାତୀୟ ଫୁଟ୍‌ବଲ୍‌‌ ଦଳରେ ପ୍ୟାରି ଖାଖା

ଭୁବନେଶ୍ବର: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଦ୍ବାରା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଶୃଙ୍ଖଳା ଲାଗି ଗୁରୁବାର ଘୋଷିତ ଜାତୀୟ ମହିଳା ଦଳରେ ଓଡ଼ିଶାରୁ ପ୍ୟାରି ଖାଖାଙ୍କୁ ସ୍ଥାନ ମିଳିଛି। ମ୍ୟାଚ୍‌ଗୁଡ଼ିକ ତୁର୍କିରେ ଚଳିତ ମାସ ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ଆଗାମୀ ଏଏଫ୍‌ସି ମହିଳା ଏସୀୟ କପ୍‌-୨୦୨୨ ପ୍ରସ୍ତୁତି ପାଇଁ ଅଂଶବିଶେଷ ରହିବ। ଦଳରେ ସ୍ଥାନ ପାଇଥିବାରୁ ଖାଖାଙ୍କୁ ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସହ ଅନ୍ୟ ଅଧିକାରୀମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର