ପିଅନ ପୋଷ୍ଟ ପାଇଁ ୨ ଲକ୍ଷ ଆବେଦନକାରୀ, ଇଂଜିନିୟରିଂ ସହ ଏମଏସସି ଛାତ୍ରଛାତ୍ରୀଙ୍କ ଭିଡ଼

ରାୟପୁର: ଗତ ମାସକ ତଳେ ଓଡିଶା ଲୋକସେବା ଆୟୋଗ ବା ଓପିଏସସି ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ୭୦୦ ପୋଷ୍ଟ ପାଇଁ ୨ଲକ୍ଷରୁ ଅଧିକ ଆବେଦନକାରୀ ଆବେଦନ କରିଥିଲେ | ସେତେବେଳେ ଦେଖିବାକୁ ମିଳିଥିଲା ଯେ ସରକାରୀ ଚାକିରି ପାଇଁ ଉଚ୍ଚ ଦରମାର ପ୍ରାଇଭେଟ ଚାକିରି ଛାଡ଼ିବାକୁ ପିଲା ପ୍ରସ୍ତୁତ ଅଛନ୍ତି । ଠିକ ସେଭଳି ଏକ ଦୃଶ୍ୟ ଛତିଶଗଡ଼ରେ ଦେଖିବାକୁ ମିଳିଛି | ବାସ୍ତବରେ ଛତିଶଗଡର ରାଜଧାନୀ ରାୟପୁରରେ ଛତିଶଗଡ଼ ପବ୍ଲିକ ସର୍ଭିସ କମିଶନ ପିଅନ ପଦ ପାଇଁ ପରୀକ୍ଷା ଆୟୋଜନ କରିଥିଲା। ମୋଟା ୯୨ଟି ପିଅନ ପଦବୀ ପାଇଁ ଏହି ପରୀକ୍ଷା ଆୟୋଜନ ହୋଇଥିବାବେଳେ ବଡ କଥା ହେଲା ଯେ ଏହି ପଦ ପାଇଁ ଇଞ୍ଜିନିୟରିଂ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପଢିଥିବା ପିଲାମାନେ ମଧ୍ୟ ପରୀକ୍ଷା ଦେବାକୁ ଆସିଥିଲେ।

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ, ଏତେ ପାଠ ପଢି କଣ ପାଇଁ ଏହି ପଦ ପାଇଁ ପରୀକ୍ଷା ଦେବାକୁ ଆସିଛନ୍ତି | ସେମାନଙ୍କର କେବଳ ଗୋଟିଏ ଉତ୍ତର ଥିଲା ଯେ ସରକାରୀ ଚାକିରିକୁ ହାତଛଡା କରିବାକୁ ଚାଁହୁନଥିବାରୁ ସେମାନେ ପରୀକ୍ଷା ଦେବାକୁ ଆସିଛନ୍ତି | ଉଲ୍ଲେଖଥାଉ କି, ଏହି ପରୀକ୍ଷାରେ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍ ଖୋଜାଯାଇଥିଲା। କିନ୍ତୁ ଇଞ୍ଜିନିୟର ଠାରୁ ଆରମ୍ଭ କରି ଏମଏସସି ଡିଗ୍ରିଧାରୀ ପରୀକ୍ଷା ଦେବାକୁ ଆସିଥିଲେ। କୁହାଯାଉଛି ଯେ ସମୁଦାୟ ୯୨ଟି ପଦ ପାଇଁ ମୋଟ ୨ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ | ଏହି ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀ କହିଥିଲେ ଯେ, ‘ଯଦି ମୁଁ ସରକାରୀ ଚାକିରି ପାଏ, ତେବେ ମୋ ପରିବାରର ଭବିଷ୍ୟତ ସହ ମୋ କ୍ୟାରିୟର ବି ସୁରକ୍ଷିତ ରହିବ’ |

ସମ୍ବନ୍ଧିତ ଖବର