ଅଧିକ ସରକାରୀ ଘର ପାଇବା ପାଇଁ ଗୋଟିଏ ମାସରେ ୧୨ ଜଣଙ୍କୁ ବାହା ହୋଇ ଛାଡ଼ପତ୍ର ଦେଲେ ଚୀନ୍‌ର ଏହି ବ୍ୟକ୍ତି

ବେଜିଂ:  ଦେଶର ଘରବାଡ଼ି ଆଇନ୍‌କୁ ଏଡ଼ାଇବା ପାଇଁ ଚୀନ୍‌ ଦମ୍ପତିଙ୍କର ମିଥ୍ୟା ଛାଡ଼ପତ୍ର ଦିଆନିଆ ଗୋଟାଏ ଚାଲ୍‌ରେ ପାଲଟିଛି। କିନ୍ତୁ, ଏଥି ନିମନ୍ତେ ଲିଶୁଇ ସହରର ଗୋଟିଏ ପରିବାରର ଜଣେ ବ୍ୟକ୍ତି ମାସେ ଭିତରେ ୧୨ ଜଣଙ୍କୁ ବାହା ହେବା ସହ ଛାଡ଼ପତ୍ର ଦେଇ ଧରାପଡ଼ିଥିବା କଥା ମଙ୍ଗଳବାର ଦିନ ପ୍ରକାଶ କରିଛି ସେ ସହରର ଜଣାଶୁଣା ଖବରକାଗଜ।

ନୂଆ ବସତି ପାଇଁ ସେ ପରିବାରର ଘର ଭଙ୍ଗାଯିବା ପରେ କ୍ଷତିପୂରଣ ବାବଦରେ ଅଧିକ ଘର ପାଇବା ଆଶା ଥିଲା ଏହି ଚାଲ୍‌ର ଲକ୍ଷ୍ୟ। ଏହି ସରକାରୀ ଯୋଜନା ଅନୁସାରେ, ଘର ହରାଇଥିବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ନୂଆ ବସତିରେ ୪୦ ବର୍ଗ ମିଟରବିଶିଷ୍ଟ ଘର ମିଳିବ।

Image Source: Bloomberg

କ୍ଷତିପୂରଣ ନିମନ୍ତେ ହକ୍‌ଦାର କରାଇବାକୁ ପାନ୍‌ ନାମକ ସେ ପରିବାରର ଜଣେ ବ୍ୟକ୍ତି ତାଙ୍କ ପୂର୍ବତନ ପତ୍ନୀଙ୍କୁ ପୁନର୍ବିବାହ କରିଥିଲେ। ଦୁଇ ସପ୍ତାହ ପରେ ସେ ତାଙ୍କୁ ଛାଡ଼ପତ୍ର ଦେଇ ନିଜ ଶାଳୀଙ୍କୁ ବାହା ହୋଇ ତାଙ୍କୁ ବି ଯୋଜନାରେ ଅନ୍ତର୍ଭୁକ୍ତ କରାଇଲେ।

ଏମିତି ଭାବେ ବଢ଼ି ଚାଲିଲା ତାଙ୍କର ଛାଡ଼ପତ୍ର ଓ ବିବାହ ସଂଖ୍ୟା। ଫଳରେ ପରିବାରର ପ୍ରତ୍ୟେକ ନୂଆ ସଦସ୍ୟଙ୍କ ନାମରେ ବଢ଼ି ଚାଲିଲା କ୍ଷତିପୂରଣ ବାବଦ ଘରର ପରିମାଣ। ପାନ୍‌ଙ୍କ ଘରେ ୧୩ ଜଣ ସଦସ୍ୟ ରହୁଥିବା କଥା ଦୃଷ୍ଟିକୁ ଆସିବା ମାତ୍ରେ ସରକାରୀ କର୍ତ୍ତୃପକ୍ଷ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ତୁରନ୍ତ ଗିରଫ କଲେ ଓ ପାନ୍‌ଙ୍କର ଚାଲ୍‌ ଧରାପଡ଼ିଲା।

ସମ୍ବନ୍ଧିତ ଖବର