୧୩୦ଟି ନକଲି ଏଟିଏମ କାର୍ଡ ସହ ୩ ଅଭିଯୁକ୍ତ ଗିରଫ

ଗୌହାଟୀ: ଆସାମର ଗୌହାଟୀ ବିମାନବନ୍ଦରରୁ କ୍ରାଇମବ୍ରାଞ୍ଚ ତିନି ଜଣ ଠକଙ୍କୁ ଗିରଫ କରିଛି | ଏହି ତିନିଜଣ ଦୃବୁର୍ତ୍ତ ଏୟାର ଏସିଆ ବିମାନ ଯୋଗେ ଦିଲ୍ଲୀରୁ ଗୌହାଟୀ ଆସୁଥିଲେ | ଏମାନଙ୍କ ପାଖରୁ ୧୩୦ଟି ନକଲି ଏଟିଏମ କାର୍ଡ ସମେତ ୧୦ ବୋତଲ କଫ ସିରପ ଜବତ କରାଯାଇଛି | ସେହିପରି ନଗଦ ୯୧ ହଜାର ଟଙ୍କା ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି |

New Indian Express

ତିନି ଜଣ ଅଭିଯୁକ୍ତଙ୍କ ନାମ ଜୁନେଦ ଖାନ, ସଲିମ ଖାନ ଓ ସମସାଦ ଖାନ ବୋଲି ଜଣାପଡିଛି | କୁହାଯାଉଛି ଯେ ଏହି ତିନିଜଣ ଅଭିଯୁକ୍ତ ଚୋରା ନିଶା କାରବାରରେ ସମ୍ପୃକ୍ତ ଅଛନ୍ତି |

ବେଆଇନ କଫ ସିରପକୁ ଆସାମରେ ବିକ୍ରି କରିବାକୁ ଯୋଜନା କରୁଥିବାନେଇ ତିନି ଜଣ ଦିଲ୍ଲୀରୁ ଆସୁଥିବାର କ୍ରାଇମବ୍ରାଞ୍ଚ ପାଖରେ ଖବର ପହଞ୍ଚିଥିଲା | ଏହା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବିମାନବନ୍ଦରରେ ଚଢ଼ାଉ କରାଯାଇଥିଲା | ପଚରାଉଚୁରା ପରେ ତିନି ଜଣଙ୍କ ଘର ହରିୟାଣାରେ ବୋଲି ଜଣାପଡିଛି | ତେବେ ୧୩୦ଟି ଏଟିଏମ କାର୍ଡ କେଉଁ କାମରେ ବ୍ୟବହାର କରାଯାଉଥିଲା ପୁଲିସ ଏବେ ଏହାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର