ନକଲି ମାସ୍କ ଓ ସାନିଟାଇଜର ପ୍ରସ୍ତୁତ କରୁଥିବା ଅଭିଯୋଗରେ ତିନିଜଣଙ୍କୁ ଗିରଫ କଲା ପୁଲିସ

ନୋଏଡା: କରୋନା ଭୁତାଣୁଙ୍କ ସଂକ୍ରମଣ ମଧ୍ୟରେ ବଜାରରେ ସାନିଟାଇଜର ଏବଂ ମାସ୍କର ବିକ୍ରିରେ ବୃଦ୍ଧି ହୋଇଛି | ଆଉ ନକଲି ମାସ୍କ ନିର୍ମାତାମାନେ ଏହାର ଫାଇଦା ନେବା ଆରମ୍ଭ କରିଛନ୍ତି | ଶନିବାର ଦିନ ନୋଏଡା ଜିଲ୍ଲା ପ୍ରଶାସନ ସେକ୍ଟର -୬୩ ରେ ଅବସ୍ଥିତ ଏକ କାରଖାନା ଉପରେ ଚଢ଼ାଉ କରି ବିଭିନ୍ନ କମ୍ପାନୀ ନାମରେ ତିଆରି ନକଲି ସାନିଟାଇଜର ଏବଂ ମାସ୍କ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହୋଇଥିବାବେଳେ ତିନି ଜଣଙ୍କୁ ଗିରଫ କରାଯାଇଛି ।

ଅତିରିକ୍ତ ଜିଲ୍ଲାପାଳ ଦାଦ୍ରି ରାଜୀବ ରାୟ କହିଛନ୍ତି ଯେ ଏସଜି କମ୍ପାନୀ ନାମରେ ବଜାରରେ ସାନିଟାଇଜର ବିକ୍ରୟ ବିଷୟରେ ସୂଚନା ପାଇଥିଲେ । ସୂଚନା ପାଇବା ପରେ ସେ ଡ୍ରଗ୍ ଇନ୍ସପେକ୍ଟର ଅଖିଳେଶ ଜୈନଙ୍କୁ ଘଟଣାସ୍ଥଳର ଯାଞ୍ଚ ପାଇଁ ପଠାଇଥିଲେ। ଯାଞ୍ଚ ସମୟରେ ସେଠାରେ କାର୍ଯ୍ୟରତ ପ୍ରାୟ ସାତ ଜଣ ଲୋକ ଘଟଣାସ୍ଥଳରୁ ଖସି ପଳାଇଥିବାବେଳେ ତିନି ଜଣ କର୍ମଚାରୀ ପୁଲିସ ଦ୍ୱାରା ଧରା ପଡ଼ିଥିଲେ।

Photo-Oneindia

କାରଖାନାରୁ ୯୫ ହଜାର ଖାଲି ସାନିଟାଇଜର ବୋତଲ ସହ ପାଞ୍ଚ ହଜାର ମାସ୍କକୁ ଡ୍ରଗ୍ ଇନ୍ସପେକ୍ଟର ଘଟଣାସ୍ଥଳରୁ ଜବତ କରିଛନ୍ତି। ଗିରଫ ହୋଇଥିବା ତିନିଜଣ କର୍ମଚାରୀ କହିଛନ୍ତି ଯେ ୫ ମାସ ତଳେ ନକଲି ମାସ୍କ ଓ ସାନିଟାଇଜରର ପ୍ରସ୍ତୁତି ଆରମ୍ଭ କରାଯାଇଥିଲା | ତେବେ ଏହି କାରଖାନାର ମାଲିକ ଧରାପଡ଼ିନଥିବାବେଳେ ଏବେ ସେମାନଙ୍କୁ ପୁଲିସ ଖୋଜୁଛି |

ସମ୍ବନ୍ଧିତ ଖବର