ଦିଲ୍ଲୀ ମ୍ୟାକ୍ସ ହସ୍ପିଟାଲ୍‌ରେ ୩ ଡାକ୍ତର, ନର୍ସ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲ୍‌ରେ ଜଣେ ଡାକ୍ତର, ନର୍ସ‌୍ ଏବଂ ଜଣେ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଛନ୍ତି। ୩୯ ଜଣ ଡାକ୍ତର ଏବଂ ନର୍ସ‌୍ ଏବେ ସେଲ୍ଫ କ୍ବାରାଣ୍ଟିନ୍‌ରେ ଅଛନ୍ତି। ହସ୍ପିଟାଲ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ହୃଦ୍‌ ଚିକିତ୍ସା ପାଇଁ ୨ ଜଣ ‌ରୋଗୀ ଭର୍ତ୍ତି ହୋଇଥିଲେ। କିନ୍ତୁ କିଛି ଦିନ ପରେ ସେମାନେ କରୋନା ସଂକ୍ରମିତ ଥିବା ଜଣାପଡ଼ିଲା। ତାଙ୍କୁ ଚିକିତ୍ସା କରିଥିବା ଜଣେ ଡାକ୍ତର, ନର୍ସ ମଧ୍ୟ ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୩୯ ଜଣ କ୍ବାରାଣ୍ଟିନ୍‌ରେ ଅଛନ୍ତି। ଉକ୍ତ ୩୯ ଜଣଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଦେଇନଥିଲେ ମଧ୍ୟ ସେମାନଙ୍କୁ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ଉଲ୍ଲେଖ‌ଯୋଗ୍ୟ ପୂର୍ବରୁ ଦିଲ୍ଲୀର ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଦେଶବ୍ୟାପୀ ଏବେ ୨୦୦ରୁ ଅଧିକ ସ୍ବାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ପ୍ରାୟ ୧୨ରୁ ଅଧିକ ହସ୍ପିଟାଲ୍‌ ସିଲ୍‌ ହୋଇଛି।

ସମ୍ବନ୍ଧିତ ଖବର